ଚାକିରିରେ ମଜା ଆସୁନି ଲେଖି ଛାଡ଼ିଲେ ଚାକିରି, ଭାଇରାଲ ହେଲା ଇସ୍ତଫା ପତ୍ର

1 min read

ନୂଆଦିଲ୍ଲୀ: ଏବେ ସବୁଠି ଚାକିରିକୁ ନେଇ ଉଠୁଛି ପଡ଼ୁଛି ଭାରତ । କେଉଁଠି ଚାକିରି ନାହିଁ ବୋଲି ପ୍ରତିବାଦ ତ ଆଉ କେଉଁଠି ପୂରା ଜୀବନ କାଳ ଚାକିରି ନାହିଁ ବୋଲି ପ୍ରତିବାଦ । ଆଜିର ଦୁନିଆରେ ଜବ୍ ସାର୍ଟିସଫେକ୍ସନ୍ ବା ସନ୍ତୋଷଜନକ କାମ ନ ମିଳିବାରୁ ଅନେକ ଲୋକ ଚାକିରି ଛାଡ଼ୁଛନ୍ତି ।

ଆପଣ ଜାଣିଥିବେ ଚାକିରି ଛାଡ଼ିଲା ବେଳେ ନିଜ ବସଙ୍କୁ ଅସନ୍ତୋଷର କାରଣ ଦର୍ଶାଇ ସମସ୍ତେ ଚାକିରି ଛାଡ଼ିଥାନ୍ତି । ସଠିକ୍ କାମ ନ ମିଳିବା । କାମ ଅନୁସାରେ ସାଲାରୀ ନ ମିଳିବା ଇତ୍ୟାଦି କାରଣ ରହିଥାଏ । ଅନେକ ଲୋକ ନୂଆ ଅଫର୍ ମିଳିଲେ ବି ଚାକିରି ଛାଡିଥାନ୍ତି ।

ହେଲେ ଚାକିରିରେ ମଜା ନ ଆସୁ ନ ଥିବାରୁ କେହି ଚାକିରି ଛାଡ଼ିବାର ଆପଣ ଜାଣିଛନ୍ତି କି? ନିକଟରେ ଏକ ଇସ୍ତଫା ପତ୍ରର ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲେଖାଯାଇଛି ‘ଡିଅର୍ ସାର, ଆଇ ରିଜାଇନ୍, ମଜା ନେହିଁ ଆ ରାହା’  । ମାନେ ଚାକିରିରେ ମଜା ଆସୁନି ବୋଲି ମୁଁ ଚାକିରି ଛାଡୁଛି ବୋଲି ବ୍ୟକ୍ତି ଜଣଙ୍କ ଲେଖିଛନ୍ତି ।

ଏହି ଫଟୋକୁ ଜଣେ ବ୍ୟକ୍ତି ନିଜ ଟ୍ବିଟର ପେଜରେ ସେୟାର କରିଛନ୍ତି । ତାଙ୍କର ଏହି ଭିନ୍ନ ଶୈଳୀର ଇସ୍ତଫା ପତ୍ର ଭାଇରାଲ ହେବାରେ ଲାଗିଛି ।

କିଛି ଦିନ ପୂର୍ବରୁ ଆଉ ଏକ ଇସ୍ତଫା ପତ୍ର ଭାଇରାଲ ହୋଇଥିଲା । ଯେଉଁଥିରେ କେବଳ ବାଏ ବାଏ ସାର୍ ଲେଖାଯାଇଥିଲା । ଏହା ବି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।