ଦୋକାନୀଙ୍କ ଭୁଲ୍‌ ପାଇଁ ଚମକିଲା ଗ୍ରାହକଙ୍କ ଭାଗ୍ୟ, ଏକାଥରକେ ୬ କୋଟି

ନୂଆଦିଲ୍ଲୀ:  ଜଣେ ବ୍ୟକ୍ତି ଲଟେରୀରେ ୬ କୋଟିରୁ ଅଧିକ ଟଙ୍କା ଜିତିଛନ୍ତି । ଏଥିପାଇଁ ସେ ଲଟେରୀ ଟର୍ମିନାଲର କ୍ଲର୍କଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ବ୍ୟକ୍ତିଙ୍କ କହିବା ହେଉଛି କ୍ଲର୍କଙ୍କ ଗୋଟିଏ ଭୁଲ୍‌ ପାଇଁ ତାଙ୍କୁ ଏତେ ବଡ଼ ଲଟେରୀ ମିଳିଛି ।

ଲଟେରୀ ଜିତିଥିବା ବ୍ୟକ୍ତିଙ୍କ ନାଁ ହେଉଛି ଜୋଶ୍‌ ବଷ୍ଟର । ମାମଲା ଆମେରିକାର ଲୋମ୍ବା ଅଞ୍ଚଳର । ଶୁକ୍ରବାର ରାତିରେ ହେବାକୁ ଥିବା ମେଗା ମିଲିୟନ୍ସ ଡ୍ର’ର ଟିକେଟ୍‌ ନେବାକୁ ଏକ ଲଟେରୀ ଟର୍ମିନାଲରେ ପହଞ୍ଚିଲେ । ସେଠାରେ ୫ ନମ୍ବର ମାଗିଲେ । କିନ୍ତୁ ଭୁଲବଶତଃ ଦୋକାନୀ ଗୋଟିଏ ଟିକେଟରେ କେବଳ ଗୋଟିଏ ହିଁ ନମ୍ବର ଛାପିଥିଲେ । ପରେ ଅନ୍ୟ ଟିକେଟ୍‌ ଗୁଡ଼ିକରେ ବାକି ରହିଥିବା ୪ଟି ନମ୍ବରକୁ ଛାପି ଦେଲେ । ଜୋଶଙ୍କ କହିବା ହେଉଛି, ଦୋକାନୀଙ୍କ ଏହି ଭୁଲ୍‌ ପାଇଁ ତାଙ୍କ ଭାଗ୍ୟ ଚମକିଲା । ଯଦି ଦୋକାନୀ ଭୁଲ କରିନଥାନ୍ତେ ତେବେ ସସମ୍ତ ନମ୍ବରକୁ ଗୋଟିଏ ଟିକେଟରେ ଛାପିଥାନ୍ତେ । ତେବେ ସସମ୍ତ ନମ୍ବର ମଧ୍ୟରେ ଗ୍ୟାପ୍‌ ରହିନଥାନ୍ତା ।

ସକାଳୁ ଉଠୁ ଉଠୁ ଯେତେବେଳେ ଭାଗ୍ୟଶାଳୀ ବିଜେତାଙ୍କ ନାଁ ଦେଖିଲେ ଜୋଶ୍‌ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । କ୍ଲାଇବର ଲୋବା ଲଟେରୀ ହେଡକ୍ୱାର୍ଟରରୁ ନିଜ ପ୍ରାଇଜ୍‌ ମନି ବା ୬ କୋଟି ଅର୍ଥରାଶିକୁ ସଂଗ୍ରହ କଲେ ଜୋଶ୍‌ ।