spot_img

Latest Posts

କରୋନାକୁ ହାଲୁକାରେ ନିଅନ୍ତୁ ନାହିଁ; ମୃତ୍ୟୁ ପୂର୍ବରୁ କିଛି ଏଭଳି କହିଗଲେ ଗର୍ଭବତୀ ମହିଳା…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦିଲ୍ଲୀର ଜଣେ ଗର୍ଭବତୀ ମହିଳାଙ୍କ ଭିଡ଼ିଓ। ଭିଡ଼ିଓରେ ମହିଳା ଜଣକ କରୋନାକୁ ନେଇ ସଚେତନ କରାଉଥିବା ବେଳେ ଲୋକଙ୍କୁ ମାସ୍କ ପିନ୍ଧିବାକୁ କହୁଥିବା ଦେଖିବାକୁ ମିଳିଛି ।

ମହିଳା ଜଣକ ପଜିଟିଭ୍‌ ଚିହ୍ନଟ ହେବାପରେ ଲୋକ ମାନଙ୍କୁ କରୋନାକୁ ହାଲୁକାରେ ନନେବାକୁ ଭିଡିଓରେ କହୁଛନ୍ତି। ଆଉ କେହି କରୋନାକୁ ହାଲୁକାରେ ନିଅନ୍ତୁ ନାହିଁ ବୋଲି ପ୍ରକାଶ କରିଛନ୍ତି । ସବୁଠୁ ବଡ଼ କଥା ହେଉଛି ମହିଳା ଜଣକ ଗର୍ଭବତୀ ରହିଥିଲା ବେଳେ ତାଙ୍କ ସହ ଗର୍ଭରେ ଥିବା ଶିଶୁ ବି ଦୁନିଆ ଦେଖିବା ଆଗରୁ ଜୀବନ ଯୁଦ୍ଧରେ ହାରି ଯାଇଛି।

ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ଜଣକ ଗତ ଏପ୍ରିଲ ୧୧ରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ୍ ୨୬ରେ ମୃତ୍ୟୁ ବରଣ କରିଥିଲେ । ଆଉ ମହିଳା ଜଣକଙ୍କର ମୃତ୍ୟୁ ହେବା ପରେ ତାଙ୍କର ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ତାଙ୍କ ସ୍ବାମୀ । ଯାହାକି ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବା ସଙ୍ଗେସଙ୍ଗେ ଚର୍ଚ୍ଚାର ବିଷୟ ପାଲଟିଛି।

ମହିଳା ଜଣକ କରୋନା ସଂକ୍ରମଣ ହେବା ପରେ ଉକ୍ତ ଭିଡ଼ିଓରେ କହିଛନ୍ତି, ‘‘ପ୍ରିୟ ବନ୍ଧୁଗଣ, ଏହି ଭିଡିଓଟି ବହୁତ କଷ୍ଟରେ ସୁଟିଂ କରୁଛି । ମୁଁ ଆପଣ ସମସ୍ତଙ୍କୁ କହିବାକୁ ଚାହୁଁଛି କି ପ୍ଲିଜ୍‌ କରୋନାକୁ ହାଲୁକାରେ ନିଅନ୍ତୁନି । ମୁଁ ଠିକ୍‌ରେ କଥା ହୋଇପାରୁ ନାହିଁ ହେଲେ ମୁଁ ଏହି ମେସେଜ୍ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଚାହୁଁଛି । ଯେବେ ବି ଆପଣ ବାହାରକୁ ବାହାରୁଛନ୍ତି ଏବଂ ଲୋକଙ୍କ ସହ କଥା ହେଉଛନ୍ତି ମାସ୍କ ନିଶ୍ଚୟ ପିନ୍ଧନ୍ତୁ’’।

Latest Posts

Don't Miss