spot_img

Latest Posts

ପହଲଗାଓଁ ଆକ୍ରମଣ ଘଟଣା : ନଦୀକୁ ଡେଇଁ ଆତଙ୍କବାଦୀଙ୍କ ସହଯୋଗୀ ମୃତ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣ ଘଟଣା। ସୁରକ୍ଷାକର୍ମୀଙ୍କ କବଳଳରୁ ବର୍ତ୍ତିବାକୁ ଯାଇ ନଦୀକୁ ଡେଇଁ ପଡିଲେ ଆତଙ୍କବାଦୀଙ୍କ ସହଯୋଗୀ। ଜାମ୍ମୁ କାଶ୍ମୀର କୁଲଗାମରେ ଜଣେ ଯୁବକଙ୍କ ମୃତଦେହ ମିଳିଛି। କୁଲଗାମ ଜିଲ୍ଲାର ଆହରବଲ ଅଞ୍ଚଳର ଆଡବଲ ଡ୍ରେନ୍ରୁ ଇମତିଆଜ ଅହମଦ ମାଗ୍ରେଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାଗ୍ରେଙ୍କ ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ଡ୍ରୋନ୍ ଫୁଟେଜ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ଯୁବକ ଆଡବାଲ୍ ଡ୍ରେନ୍‌କୁ ଡେଇଁ ଭାସି ଯାଉଥିବାର ଦେଖାଯାଇଥିଲା। ଇମତିଆଜ ଅହମଦ ମାଗ୍ରେ ଆତଙ୍କବାଦୀମାନଙ୍କୁ ସାହାଯ୍ୟ କରୁଥିବା ପୋଲିସ କହିଛି।

ସୁରକ୍ଷା ବାହିନୀକୁ ଜଙ୍ଗଲ ଅଞ୍ଚଳର ଏକ ଗୁପ୍ତସ୍ଥାନକୁ ନିଆଯାଉଥିବା କଥା ସ୍ୱୀକାର କରିଛି ପୋଲିସ। ଏହି ସମୟରେ ସେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ଆତଙ୍କୀ ସହଯୋଗୀକୁ ନେଇ ପଚରାଉଚରା ବେଳେ ଯୁବକ ଜଣକ ଫେରାର ହେବାକୁ ଉଦ୍ୟମ କରି ନଦୀକୁ ଡେଇ ପଡିଥିଲେ। ସେପଟେ ଯୁବକଙ୍କ ମୃତ୍ୟୁ ନେଇ ପିଡିପି ଗୁରୁତର ଅଭିଯୋଗ ଆଣିଛି। ହାଜତ ମୃତ୍ୟୁ ଅଭିଯୋଗ କରିଛି ଦଳ। ଘଟଣାର ନ୍ୟାୟିକ ତଦନ୍ତ ହେଲେ ସତ୍ୟାସତ୍ୟ ବାହାରକୁ ଆସିବ ବୋଲି ଦାବି କରିଛ୍ତି। ସୁରକ୍ଷାକର୍ମୀ ଦୁଇ ଦିନ ପୂର୍ବରୁ ଇମତିଆଜ୍ ମାଗ୍ରେଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିବା କହିଛନ୍ତି ସ୍ଥାନୀୟ ଲୋକେ। ମୃତଦେହ ରହସ୍ୟମୟ ଭାବରେ ଡ୍ରେନକୁ ମିଳିଥିଲା।

Latest Posts

Don't Miss