ହତ୍ୟା ଧମକ ଦେଇ ଶିକ୍ଷୟତ୍ରୀଙ୍କୁ ବିବାହ କଲେ, ଉଠାଇ ଆଣିଲା ପୋଲିସ

କଳାହାଣ୍ଡି: ଶିକ୍ଷୟିତ୍ରୀଙ୍କୁ ଉଠାଇ ନେଇ ଜୋର ଜବରଦସ୍ତି ବିବାହ କଲେ ଯୁବକ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗତ ୧୬ ତାରିଖରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ କିଡିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ନେଇ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଟାଉନ ଥାନା ପୋଲିସ ମାମଲା ରୁଜୁ କରି ଶିକ୍ଷୟତ୍ରୀଙ୍କୁ ମୁନିଗୁଡାର ଯୁବକ ପ୍ରତାପ ପାତ୍ରିକାଙ୍କ ସହ ଠାବ କରି ଥାନାକୁ ଆଣିଥିଲେ।

ହେଲେ ଯୁବକ ଜଣଙ୍କ ବିବାହ କରିଥିବା ଥାନାରେ କହିବାରୁ ପୋଲିସ ତାଙ୍କୁ ଛାଡିଦେଇଥିଲା । ପରବର୍ତ୍ତୀ ସମୟରେ ଯୁବକଙ୍କ ନାଁରେ ଶିକ୍ଷୟିତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି । ପ୍ରତାପ ତାଙ୍କୁ ମାରଣାସ୍ତ୍ର ଦେଖାଇ ଜୋର ଜବରଦସ୍ତ ବିବାହ କରିଥିଲେ । ବିବାହ ନକଲେ ପରିବାର ଲୋକଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦେଇଥିଲା ବୋଲି ପୋଲିସ ଆଗରେ ଶିକ୍ଷୟିତ୍ରୀ ଜଣଙ୍କ କହିଛନ୍ତି । ପୋଲିସ ମାମଲା ରୁଜୁ କରି ପ୍ରତାପଙ୍କୁ ଗିରଫ କରିଛି ।