୩ ଜଣଙ୍କୁ ଚାପି ମାରିଲେ; ଟ୍ରାକ୍ଟର ସହ ଥାନାରେ କଲେ ଆତ୍ମସମର୍ପଣ

ଭୋପାଳ: ମଧ୍ୟପ୍ରଦେଶର ହୋଶଙ୍ଗାବାଦରେ ଜଣେ ବ୍ୟକ୍ତି ଗୋଟିଏ ପରିବାରର ତିନି ଜଣଙ୍କୁ ଟ୍ରାକ୍ଟର ଚଢାଇ ମାରିବା ଭଳି ଅଭାବନୀୟ ଘଟଣା ଘଟିଛି । ଏହା ପରେ ଅଭିଯୁକ୍ତ ଜଣକ ଟ୍ରାକ୍ଟର ଧରି ଥାନାରେ ପହଞ୍ଚି ଆତ୍ମସମର୍ପଣ କରିଛନ୍ତି।

ସୂଚନା ଅନୁଯାୟୀ ଘଟଣାଟି ଘଟିଛି ହୋଶଙ୍ଗାବାଦ ଜିଲ୍ଲାର ସେଓନି ମାଲୱା ତହସିଲ ଅଞ୍ଚଳରେ। ଜମିଜମା ବିବାଦକୁ ନେଇ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଘଟାଇ ସମ୍ପୃକ୍ତ ଅଭିଯୁକ୍ତ ଜଣକ ଥାନାରେ ଆତ୍ମସମର୍ପଣ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା ।

ମୃତକଙ୍କ ମଧ୍ୟରେ ଜଣେ ରାଜେନ୍ଦ୍ର ଯଦୁବଂଶୀ (୩୨), କୁୱର ଯଦୁବଂଶୀ  (୩୨) ଏବଂ ୧୧ ବର୍ଷର ଏକ ଶିଶୁ ରହିଛି । ଘଟଣା ପରଠାରୁ ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି।

ତେବେ ଏନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।

Leave a Reply