ସିଟ ପାଇଁ ପାଟିତୁଣ୍ଡ: ଟ୍ରେନ ଭିତରେ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ
1 min readଥିରୁଅନନ୍ତପୁରମ୍: ଟ୍ରେନ ଭିତରେ ସାମାନ୍ୟ କଥାକୁ ନେଇ ମହାଭାରତ । ସାମାନ୍ୟ ପାଟିତୁଣ୍ଡରୁ ଟ୍ରେନ ଭିତରେ ଜଣେ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଛି ଯୁବକ । କେବଳ ଏତିକି ନୁହେଁ ପୋଡି ମାରିବାକୁ ବି ଚେଷ୍ଟା କରାଯାଇଛି । ଏହି ଘଟଣା ଘଟାଇବା ପରେ ଯୁବକ ଜଣଙ୍କ ଫେରାର୍ ହୋଇଯାଇଛି । ଘଟଣାରେ ୩ ଜଣ ପ୍ରାଣ ହରାଇଥିଲାବେଳେ ୮ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି ।
ଏହି ଘଟଣା ଘଟିଛି କେରଳରେ । ଅଲଫୁଝା-କନ୍ନୁର ଏକ୍ସପ୍ରେସର କୋଚ ନଂ ଡି-୧ରେ ଏହି ଘଟଣା ଘଟିଛି । ଟ୍ରେନଟି ପ୍ଲାଟଫର୍ମ ଛାଡ଼ିବା ପରେ ଟ୍ରେନରେ ବସିବାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ରାତି ପ୍ରାୟ ୯.୪୫ ବେଳକୁ ଟ୍ରେନରେ ନିଆଁ ଲାଗିଥିବା ଖବର ଆସି ପହଞ୍ଚିଥିଲା ।
ଏ ନେଇ ପୋଲିସ ତଦନ୍ତ କରିବା ବେଳେ ଜଣେ ଛୋଟ ପିଲା ସହ ୩ ଜଣଙ୍କ ମୃତଦେହ ରେଳ ଲାଇନରୁ ଉଦ୍ଧାର କରାଯାଇଛି । ଏହି ମୃତଦେହ ଇଲାଣୁର ରେଳ ଷ୍ଟେସନ ନିକଟରୁ ମିଳିଛି । ଟ୍ରେନରେ ନିଆଁ ଲାଗିବା ପରେ ସେମାନେ ଟ୍ରେନରୁ ତଳକୁ ଡେଇଁ ପଡ଼ିଥିଲେ ।
Kozhikode, Kerala | Forensic experts reached the spot where the bodies of three people including that of a child were found near a railway track. pic.twitter.com/154A3r3EFU
— ANI (@ANI) April 3, 2023
ଏହା ସହ ଟ୍ରାକରୁ ଗୋଟିଏ ବୋତଲ ପେଟ୍ରୋଲ ଏବଂ ଦୁଇଟି ମୋବାଇଲ ପୋଲିସ ଜବତ କରିଛି । ଟ୍ରେନରେ ଥିବା ଅନ୍ୟ ଯାତ୍ରୀଙ୍କ କହିବା ଅନୁସାରେ ଟ୍ରେନରେ ନିଆଁ ଲାଗିବା ଯୋଗୁ ଟ୍ରେନଟି କୋରାଫୁଜା ନଦୀ ଉପରେ ରହିଥିଲା । ଏହି ସମୟରେ ଜଣେ ଯୁବକ ତଳକୁ ଡେଇଁଥିଲେ । ଏହା ପରେ ପୂର୍ବରୁ ଅପେକ୍ଷା କରିଥିବା ଜଣେ ଯୁବକ ସହ ବାଇକରେ ଫେରାର ହୋଇଯାଇଥିଲେ ।
ତେବେ ଏପରି କାର୍ଯ୍ୟକଳାପ ଯୋଜନାବଦ୍ଧ ବୋଲି କୁହାଯାଉଛି । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
କେପିସିସି ସଭାପତି ତଥା କନ୍ନୁରର ସାଂସଦ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏହି ଘଟଣା ନେଇ ଚିଠି ଲେଖିଛନ୍ତି । ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସମେତ ଟ୍ରେନରେ ନିଆଁ ଲାଗିଯାଇଥିବା ପାଇଁ କ୍ଷତିପୂରଣ ପ୍ରଦାନ କରିବାକୁ କହିଛନ୍ତି।
KPCC president and MP from Kannur writes to Union Minister for Railways Ashwini Vaishnaw seeking his intervention into the matter and asking to give compensation for the victims who were set ablaze on a train including those who died in the incident. pic.twitter.com/27yAiU3b5X
— ANI (@ANI) April 3, 2023