କାମ କରିବାକୁ ଯାଇ ହଜି ଯାଇଥିଲେ, ୫୫ ବର୍ଷ ପରେ ଘରକୁ ଫେରିଲେ

ଝାରସୁଗୁଡ଼ା: ଯୁବକ ଅବସ୍ଥାରେ ଘର ଛାଡିଥିଲେ ଆଉ ବୃଦ୍ଧ ବୟସରେ ଫେରିଲେ । ଦୀର୍ଘ ୫୫ ବର୍ଷ ପରେ ଘରକୁ ବାହୁଡ଼ିଲେ ।  ଝାରସୁଗୁଡ଼ା ବ୍ରଜରାଜନଗର ଗାୟତ୍ରୀନଗରର ଅଯୋଧ୍ୟା ବେସନଙ୍କ ବଡ ଭାଇ ଚାରୁ ବେସନ । ୨୨ ବର୍ଷ ବୟସରେ ଘର ଛାଡି କୁଆଡେ ପଳାଇଥିଲେ । ବହୁ ଖୋଜା ଖୋଜି ପରେବି ମିଳିନଥିଲେ ଚାରୁ । ୫୫ ବର୍ଷ ପରେ ଘରକୁ ଫେରିବା ପରେ ବେଶ ଖୁସି ଥିବାକହିଛନ୍ତି ଚାରୁ ।

ସୂଚାନା ଅନୁଯାୟୀ, ଚାରୁ ୨୨ ବର୍ଷ ବୟସରେ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି ପରେ ମଧ୍ୟ ସେ ମିଳି ନଥିଲେ । ଘରୁ ଚାଲିଯିବା ପରେ ପଶ୍ଚିମବଙ୍ଗର ଯୋଦ୍ଧପୁର ରେଳ ଷ୍ଟେସନରେ ମାଗିଯାଚି ଚଳୁଥିଲେ ଚାରୁ ।

ସେଠାରେ ଥିବା ହମରେଡିଓ କ୍ଲବ କର୍ମକର୍ତ୍ତା ତାଙ୍କୁ ତାଙ୍କ ପରିଚୟ ପଚାରିଥିଲେ । ସେ ଓଡିଶା କହିଥିଲେ ମଧ୍ୟ ସଠିକ୍‌ ଠିକଣା କହିପାରି ନଥିଲେ । ପରେ ସଙ୍ଗଠନ କର୍ମକର୍ତ୍ତା ଓ ପୋଲିସ ସାହାଯ୍ୟରେ ପଶ୍ଚିମବଙ୍ଗ ଯୋଦ୍ଧପୁର ରେଳଷ୍ଟେସନରୁ ଉଦ୍ଧାର କରାଯାଇଥିଲା ତାଙ୍କୁ । ସେପଟେ ଘର ଲୋକ ମଧ୍ୟ ହଜିଲା ପୁଅକୁ ଘରେ ପାଇ ଭାବପ୍ରବଣ ହୋଇଯାଇଛନ୍ତି । ପୋଲିସ ଏବଂ ସମ୍ପୃକ୍ତ ସଙ୍ଗଠନ କର୍ମକର୍ତ୍ତାଙ୍କ ଯୋଗୁଁ ନିଜ ଘରକୁ ଫେରିପାରିଥିବା କହିଛନ୍ତି ଚାରୁ ।

Leave a Reply