ରାତିରେ ୧୦୦୦ କମ୍ପାନୀରେ ଆବେଦନ,ସକାଳୁ ଫୋନ୍ କଲ ଉପରେ କଲ
1 min readନୂଆଦିଲ୍ଲୀ : ବର୍ତ୍ତମାନ AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବହୁତ ପ୍ରଚଳିତ । ଜଣେ ମଣିଷ ଭଳି AI ମଧ୍ୟ କାମ କରିପାରୁଛି । AIକୁ ନେଇ ଅନେକ କଥା ପ୍ରତିଦିନ ଭାଇରାଲ ହେବାରେ ଲାଗିଛି । ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସମସ୍ତେ ଜାଣିଛେ, ଚାକିରି ଖୋଜିବା ବହୁତ କଷ୍ଟ । କିନ୍ତୁ AI ମଧ୍ୟମରେ ଏହା ସହଜ ହୋଇପାରିଛି । ଆମେ ଜାଣିଛେ ଯେ, ଆଜିକା ସମୟରେ AI ଲୋକମାନଙ୍କ ପାଇଁ ଏପରି ଅନେକ ରାସ୍ତା ଖୋଲିଛି । ଯାହା ଆମ କଳ୍ପନା ବାହାରେ । ଏମିତି ଏକ କାହାଣୀ ବର୍ତ୍ତମାନ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି AI ସାହାଯ୍ୟରେ ଏକା ସାଙ୍ଗରେ ୧୦୦୦ ଚାକିରି ପାଇଁ ଆବେଦନ କରିଥିଲେ । ଦେଖୁ ଦେଖଉ ତାଙ୍କ ଭାଗ୍ୟ ବଦଳିଗଲା । ତାଙ୍କର ଏପରି କାମ ପାଇଁ ତାଙ୍କୁ ଏକ ସମୟରେ ୫୦ରୁ ଅଧିକ ଫୋନ କଲ ଆସିବାକୁ ଲାଗିଲା । କେଉଁ ଚାକିରି ପାଇଁ ଆବେଦନ କରିବେ ତାହା ସ୍ଥିର କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇଗଲା ।
ଜଣେ ବ୍ୟକ୍ତି ଏହି କାହାଣୀକୁ ରେଡ୍ଡିଟ୍ ର GET Employed ଫର୍ମରେ ସେୟାର କରିଛନ୍ତି । ଏଠାରେ ଜଣେ ୟୁଜର୍ସ କହିଥିଲେ, ସେ ଏକ ବଟ୍ ତିଆରି କରିଛନ୍ତି । ଯାହା କେବଳ ତାଙ୍କ ପାଇଁ ହଜାରରୁ ଅଧିକ ଚାକିରି ପାଇଁ ଆବେଦନ କରିବା ପାଇଁ ଡିଜାଇନ୍ କରାଯାଇଥିଲା । ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଶୋଇଥିବା ସମୟରେ ଏହି ସବୁ ଘଟଣା ଘଟିଥିଲା । ଏହାର କାର୍ଯ୍ୟ କେବଳ ଚାକିରି ଖୋଜିବା ନୁହେଁ । ବରଂ ପ୍ରାର୍ଥୀଙ୍କ ସୂଚନା ପଢିବା ପରେ ଏହା ସେମାନଙ୍କ ଚାକିରି ବର୍ଣ୍ଣନା ଅନୁଯାୟୀ ସିଭି ଏବଂ କଭର୍ ଲେଟର୍ ପ୍ରସ୍ତୁତ କରିଥାଏ । ଏହା ସହିତ, ଏହି ବଟ୍ ମଧ୍ୟ ଚାକିରି ପାଇଁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରେ ଏବଂ ସ୍ୱୟଂଚାଳିତ ଭାବରେ ଦାଖଲ କରେ । ଏହି ବଟ୍ ଏପରି ଭାବରେ କାମ କଲା ଯେ, ଏହା ଏକ ମାସରେ ୫୦ରୁ ଅଧିକ ଅଫର୍ ଲେଟର ଆସିଲା । କୌତୁହଳର ବିଷୟ ହେଉଛି ଏହା ପ୍ରତ୍ୟେକ କାର୍ଯ୍ୟ ପାଇଁ ଏକ ଭିନ୍ନ ଏବଂ ସ୍ୱତନ୍ତ୍ର CV ପ୍ରସ୍ତୁତ କରେ । ଯାହା ସହଜରେ ସ୍କ୍ରିନିଂ ସିଷ୍ଟମ ପାସ୍ କରେ ଏବଂ ପ୍ରତ୍ୟାଖ୍ୟାନର ସୁଯୋଗ ସଂପୂର୍ଣ୍ଣଭାବେ ଦୂର ହୋଇଯାଏ । ବ୍ୟକ୍ତି ଜଣକ ଆହୁରି କହିଛନ୍ତି ଯେ, ଏହି ଉପାୟରେ, ବଟ କେବଳ ମୋର ପରିଶ୍ରମକୁ ବଞ୍ଚାଇ ନଥିଲା ବରଂ ଉତ୍ତମ ଫଳାଫଳ ମଧ୍ୟ ଦେଇଥିଲା ।