ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ବାମୀ

ବାଲେଶ୍ବର  : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ବାମୀ । ହତ୍ୟା ପରେ ସ୍ତ୍ରୀ ପାଖରେ ଶୋଇ ପଡିଲା ସ୍ବାମୀ । ସୂଚନା ଅନୁଯାୟୀ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଚାଲନ୍ତି ଗ୍ରାମର ଅର୍ଜୁନ ଦଣ୍ଡପାଟ ପଶ୍ଚିମବାଡ଼ ପଞ୍ଚାୟତର ଲିଲିଙ୍କୁ ବିବାହ କରିଥିଲେ ।

ବିବାହ ପର ଠାରୁ ଲିଲିଙ୍କୁ ସ୍ବାମୀ ଓ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲା । ହେଲେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତିରେ ସ୍ବାମୀ ଅର୍ଜୁନ, ସ୍ତ୍ରୀ ଲିଲିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।