ଭୀମକୁଣ୍ଡରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଯୁବକ ନିଖୋଜ

କେନ୍ଦୁଝର: ପିକନିକ୍ ରେ ମୌଜ ମସ୍ତି ଚାଲିଥିବା ବେଳେ ଚାଲିଗଲା ଜୀବନ । ଭୀମକୁଣ୍ଡରେ ଗାଧୋଇବା ହେଲା କାଳ । ଖର ସ୍ରୋତରେ ପଡ଼ି ଯୁବକ ନିଖୋଜ ହୋଇଥିବା ସୂଚନା ମିଳିଛି । ଲୋକେ ଦେଖିଲେ ଭିଡ଼ିଓ ଶୁଟ୍ କଲେ ହେଲେ କେହି ସାହସ କରି ଟିକେ ସାହାଯ୍ୟର ହାତ ବଢ଼େଇ ପାରିଲେ ନାହିଁ । ଭାସି ଯାଉଥିବା ଲୋକଙ୍କୁ କୁଟା ଖିଅର ବଳ ବୋଲି କୁହାଯାଏ କିନ୍ତୁ ସେତିକି ବି ମିଳିଲାନି ଏହି ଯୁବକଙ୍କୁ ।

ଏମିତି ଏକ ହୃଦୟ ବିଦାରକ ଘଟଣା ର ଭିଡ଼ିଓ ଜିଏବି ଦେଖୁଛି ହୃଦୟର ସ୍ପନ୍ଦନ ବଢିଯିବା ସ୍ୱାଭାବିକ । ଘଟଣା ଘଟିଛି ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ । ଗତ କାଲି ଅପରାହ୍ନରେ ଜଣେ ପର୍ଯ୍ୟଟକ ଗାଧୋଉଥିବା ବେଳେ ପାଣି ସ୍ରୋତରେ ପଡି ଟିକେ ଭାସି ଯିବା ପରେ ବୁଡି ଯାଇଥିଲେ ।

ବହୁ ଖୋଜାଖୋଜି କରାଯାଇଥିବା ବେଳେ ଏଯାଏଁ ଉକ୍ତ ବ୍ୟକ୍ତିଙ୍କ କୈାଣସି ପତ୍ତା ମିଳିପାରିନାହିଁ । ନିଖୋଜ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନଥିବା ବେଳେ ଏବେ ବି ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

 

Leave a Reply