ହାତୀ ସହ ରିଲ୍ସ କରୁଥିଲେ ଯୁବକ, ଦଳିଦେଲା ଦନ୍ତା

ନନ୍ଦିଘୋଷ ବ୍ୟୁରୋ : ଆଜିକାଲି ଲୋକମାନେ ଭାଇରାଲ ହେବା ପାଇଁ ଅଜବ ପଦ୍ଧତି ଆପଣାଉଛନ୍ତି । ଏମିତିକି ନିଜର ଜୀବନକୁ ମଧ୍ୟ ବାଜିରେ ଲଗାଇ ଦେଉଛନ୍ତି । ଏମିତି ଏକ ଘଟଣା ଝାଡଖଣ୍ଡ କୋଡରମା ଅଞ୍ଚଳରେ ଦେଖିବାକୁ ମିଳିଛି । ଏଠାକାର ଜଣେ ଯୁବକ ହାତୀମାନଙ୍କୁ ଦେଖି ସେମାନଙ୍କ ସେଲ୍ଫି ନେକା ସହ ରିଲ୍ସ କରିବାକୁ ଲାଗିଲା । ଏହି ସମୟରେ ଏକ ହାତୀ ତା’ର ପାଖକୁ ଆସି ତାକୁ ଦଳିଦେଇ ଚାଲିଗଲା । ଘଟଣାସ୍ଥଳରେ ହିଁ ଯୁବକର ପ୍ରାଣ ଚାଲିଗଲା ।
ମରକଚ୍ଚେ ଥାନା ଅଞ୍ଚଳର ବେଲଡିହ ଗାଁରେ ରହୁତଇବା ୩୦ ବର୍ଷିୟ ସଦାମ ଅଂସାରୀର ଏହି କାରଣରୁ ମୃତ୍ୟୁ ହୋଇଛି । ସଲୈୟା ପାହାଡରେ ହାତୀ ବୁଲୁଥିବାର ଖବର ସଦାମଙ୍କୁ ମିଳିଥିଲା । ନିଜ ସାଙ୍ଗ ମାନଙ୍କ ସହ ସଦାମ ସେଠାକୁ ଯାଇ ହାତୀମାନଙ୍କ ସହ ସେଲ୍ଫି ନେବା ସହ ରିଲ୍ସ ମଧ୍ୟ ପ୍ରସ୍ତୁତ କରିବାକୁ ଲାଗିଲା ।
ଏହି ସମ୍ରୟରେ ଗୋଟିଏ ହାତୀ ଆସି ସଦାମ ଉପରେ ଆକ୍ରମଣ କରିଥିଲା । ତାର ସାଙ୍ଗ ମାନେ ସେଠାରୁ ଖସି ଯାଇଥିବା ବେଳେ ସଦାମକୁ ହାତୀ ଦଳିଦେଇଥିଲା । ଗୁରୁତର ଅବସ୍ଥାରେ ସଦାମଙ୍କୁ କୋଡରମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାର ତାଙ୍କର ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ରାଞ୍ଚି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସଦାମ ମରାର୍ବଲ ମିସ୍ତ୍ରୀ କାମ କରୁଥିଲେ । ସେ କିଛଇ ଦିନ ହେଲା ଗାଁକୁ ଆସିଥିଲେ ।