spot_img

Latest Posts

ବିଅର ପାଇଁ ୨ ଲକ୍ଷ ଟଙ୍କା ଟିପ୍ସ ଦେଲେ ଗ୍ରାହକ

ଓ୍ୱାଶିଂଟନ୍: ଆମେରିକାରେ କରୋନା ଭାଇରସ୍ ସଂକ୍ରମଣ ପୁଣି ଥରେ ବଢିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କୁ ପୁଣି ଥରେ ଲକଡାଉନ୍ ଭଳି କଠୋର ନିଷ୍ପତ୍ତି ନେବାକୁ ପଡିପାରେ ।

ସୂଚନା ଅନୁଯାୟୀ ଆମେରିକାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେଠାକାର ଏକ ସ୍ଥାନୀୟ ରେଷ୍ଟୁରାଣ୍ଟର ଜଣେ ମାଲିକ ସ୍ୱେଚ୍ଛାକୃତ ଭାବେ ନିଜ ରେଷ୍ଟୁରାଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଉକ୍ତ ରେଷ୍ଟୁରାଣ୍ଟକୁ ବିୟର ପିଇବାକୁ ଯାଇଥିବା ଶେଷ ଗ୍ରାହକ ଜଣକ ମାଲିକଙ୍କ ଏଭଳି  ନିଷ୍ପତ୍ତିରେ ଖୁସି ହୋଇ ୩୦୦୦ ଡଲାର୍ ଅର୍ଥାତ୍ ୨,୨୨,୫୪୦ ଟଙ୍କା ଟିପ୍ସରେ ଦେଇଛନ୍ତି।

ଏନେଇ ରେଷ୍ଟୁରାଣ୍ଟ ନାଇଟ୍ ଟାଉନର ମାଲିକ ବ୍ରେଡନ ରିଙ୍ଗ ଫେସବୁକ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଆସି ପ୍ରଥମେ ବିୟର ଅର୍ଡର କରିଥିଲେ ଏବଂ ପିଇବା ପରେ ସେ ବିଲ୍ ବାବଦକୁ  ୭ ଡଲାର ଦେଇଥିଲେ। ଏପରିକି ସମ୍ପୃକ୍ତ ବ୍ୟକ୍ତି ଜଣକ ଦେଇଥିବା ଟିପ୍ସକୁ ବ୍ରାଞ୍ଚ ସେବାରେ ନିୟୋଜିତ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିଦେବାକୁ କହିଥିଲେ ।

ରିଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ ସେ ଗ୍ରାହକଙ୍କ ନାମ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଚାହୁଁନାହାଁନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ଏଭଳି କାମ ଯୋଗୁଁ ରେଷ୍ଟୁରାଣ୍ଟ କର୍ମଚାରୀମାନେ ତାଙ୍କୁ ଦୟାଳୁ ବୋଲି ଅବିହିତ କରିବା ସହ କୃତଜ୍ଞତା ଜଣାଇଛନ୍ତି।

Latest Posts

Don't Miss