ଫରେନସିକ ଲ୍ୟାବକୁ ଗଲା ମୃତ ଶୁଭଶ୍ରୀ ନାୟକଙ୍କ ଅର୍ଗାନ

ଭୁବନେଶ୍ବର : ଭୁବନେଶ୍ବରରେ ସ୍ତ୍ରୀକୁ ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ ହତ୍ୟା ଘଟଣା । ଫରେନସିକ ଲ୍ୟାବକୁ ଗଲା ମୃତ ଶୁଭଶ୍ରୀ ନାୟକଙ୍କ ଅର୍ଗାନ । କିଡନି, ହାର୍ଟ, ରକ୍ତ, ଲିଭର ଲ୍ୟାବକୁ ପଠାଯାଇଛି । ରସୁଲଗଡ ରାଜ୍ୟ ଫରେନସିକ ଲ୍ୟାବରେ ଏହାର ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ ମୃତ୍ଯୁର ପୂରା ଗୁମର ପଦାକୁ ଆସିବ ବୋଲି ପୋଲିସ ଆଶା କରୁଛି । ହତ୍ଯା ମାମଲାର ପ୍ରାଥମିକ ରିପୋର୍ଟ ଆସିସାରିଥିବାବେଳେ ଫାଇନାଲ ଭିସେରା ରିପୋର୍ଟ ଆସିଲେ ଏହାର ଆନାଲିସସ୍ କରାଯିବ । ଓଭରଡୋଜ ଆନେସ୍ଥେସିଆ ସହ କିଛି କେମିକାଲ ମିଶିଥିବା ସନ୍ଦେହ କରାଯାଉଛି ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଅଭିଯୁକ୍ତ ସ୍ବାମୀ ପ୍ରଦ୍ୟୁମ୍ନ କୁମାରକୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି ଭରତପୁର ପୋଲିସ । ରିମାଣ୍ଡ ଅନୁମତି ମିଳିବା ପରେ ସିନ୍ ରିକ୍ରିଏସନ କରାଯିବ ।  ପୂର୍ବରୁ ରାଜ୍ୟ ଫରେନସିକ ଲ୍ୟାବକୁ ବ୍ୟବହୃତ ସିରିଞ୍ଜ ଓ ଆନାସ୍ଥେସିଆ ମେଡିସିନି ପଠାସରିଛି । ଅଭିଯୁକ୍ତର ମୋବାଇଲକୁ ବି ଫରେନସିକ ଲ୍ୟାବକୁ ପଠାଯାଇଛି । ଗତ ୨୮ ତାରିଖ ଅପରାହ୍ନରେ  ଇଞ୍ଜେକ୍ସନ ଦେଇ ପତ୍ନୀ ଶୁଭଶ୍ରୀଙ୍କୁ ହତ୍ୟାକରିଥିଲା ସ୍ୱାମୀ ପ୍ରଦ୍ୟୁମ୍ନ । ହତ୍ୟାରେ ପ୍ରଦ୍ୟୁମ୍ନ ଙ୍କୁ ସହଯୋଗ କରିଥିଲେ ଦୁଇ ପ୍ରେମିକା । ହତ୍ୟା ପରେ ଆତ୍ମହତ୍ୟାର ରୁପ ଦେବାକୁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।