ସୁରଟରେ ଓଡ଼ିଆ ଝିଅକୁ ବିଭତ୍ସ ହତ୍ୟା; ବିବାହ ପାଇଁ ଜିଦ୍ ଧରିବାରୁ ମାରିଦେଲା ପ୍ରେମିକ

1 min read

ସୁରଟ: ସୁରଟରେ ଓଡ଼ିଆ ଝିଅକୁ ବୀଭତ୍ସ ହତ୍ୟା। ସୁରଟ ଅଞ୍ଜନୀ ଶିଳ୍ପାଞ୍ଚଳରେ ବର୍ବର କାଣ୍ଡ । ୪୯ ଥର ଛୁରୀ ଭୁସି ପ୍ରେମିକାକୁ ହତ୍ୟା କରିଛି ଜହ୍ଲାଦ ପ୍ରେମିକ । ବିବାହ ପାଇଁ ବାଧ୍ୟ କରିବାକୁ ପ୍ରେମିକାକୁ ଛୁରି ଭୁସି ହତ୍ୟା କରିଛି ବୟଫ୍ରେଣ୍ଡ । ରାକ୍ଷସ ପ୍ରେମିକ ହେଉଛି ଜଗନ୍ନାଥ ଗଉଡ଼ ।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ରହୁଥିବା ଲୁନି ଦାସଙ୍କ ସହ ଜଗନ୍ନାଥର ତିନି ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ବିବାହ ପାଇଁ କହିବାରୁ ଲୁନିଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଜଗନ୍ନାଥ । ପରେ ଦୁହେଁ ଭବନେଶ୍ବରରୁ ପୁରୀ-ଅହମ୍ମଦାବାଦ ଟ୍ରେନରେ ସୁରଟ ଚାଲିଯାଇଥିଲ । ଷ୍ଟେସନରୁ ଓହ୍ଲାଇବା ପରେ ଲୁନିକୁ ଏକ ନିଛାଟିଆ ସ୍ଥାନକୁ ନେଇ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଜଗନ୍ନାଥ ।

ସୁରଟ ଅଞ୍ଜଳି ଶିଳ୍ପାଞ୍ଚଳରେ ଥିବା ଏକ ପୋଖରୀରୁ ଲୁନିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ୫ଶହ ସିସିଟିଭି ଓ କଲ୍ ରେକର୍ଡ ଯାଞ୍ଚ ପରେ ରାକ୍ଷସ ବୟଫ୍ରେଣ୍ଡ ଜଗନ୍ନାଥକୁ ସୁରଟ କ୍ରାଇମବ୍ରାଞ୍ଚ ଟିମ୍ ଗିରଫ କରିଛି । ଜଗନ୍ନାଥ ଡ୍ରଗ୍ସ ସେବନ କରେ । ପ୍ରାଥମିକ ତଦନ୍ତରୁ ଜଗନ୍ନାଥ ହିଁ ହତ୍ୟାକାରୀ ବୋଲି ପୋଲିସ ପକ୍ଷରୁ ସୂଚନା। ଖୁବଶୀଘ୍ର ଏ ନେଇ ଚାର୍ଜସିଟ ଦାଖଲ କରାଯିବ ବୋଲି ସୁରଟ ଜଏଣ୍ଟ ପୋଲିସ କମିସନର ସରଦ ସିଙ୍ଘଲ ପ୍ରକାଶ କରିଛନ୍ତି ।