spot_img

Latest Posts

ଜଗତସିଂହପୁରରେ ଚାଞ୍ଚଲ୍ୟ, ମଠ ଭିତରେ ପୂଜକଙ୍କୁ ହତ୍ୟା

ବାଲିକୁଦା: ଜଗତସିଂହପୁର ଜିଲ୍ଲା ବାଲିକୁଦା ଅଞ୍ଚଳରେ ଚାଞ୍ଚଲ୍ୟ। ମଠ ଭିତରେ ପୂଜକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଆଦିମାତା ମଠରେ ପୂଜା କରୁଥିଲେ ୭୦ ବର୍ଷର ବାବା ପ୍ରହଲ୍ଲାଦ ଦାସ। ମଠ ଭିତରେ ପଶି ଜଣେ ଘୁଷୁରୀ ଜଗୁଆଳି ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ବାବାଙ୍କୁ ହତ୍ୟା କରି ଫେରାର ହୋଇଯାଉଥିବା ବେଳେ ଓରଡ଼ାଙ୍ଗ ଠାରେ ସ୍ଥାନୀୟ ଲୋକେ ଘୁଷୁରୀ ଜଗୁଆଳିକୁ କାବୁ କରିନେଇଥିଲେ।

ଅଭିଯୁକ୍ତ ଗାଁ ଲୋକଙ୍କୁ ହାଣିବା ପାଇଁ ଉଦ୍ୟମ କରି ଖସି ଯିବାକୁ ଚେଷ୍ଟା କରିଥିଲା। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବୋରିକିନାଗୋଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତକୁ ଲୋକଙ୍କ କବଳରୁ ଉଦ୍ଧାର କରିଛି। ଘୁଷୁରୀ ବାଡ଼ିରେ ପଶିଯିବାରୁ ପୂଜକ ସହ ଅଭିଯୁକ୍ତର ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

Latest Posts

Don't Miss