ଅବୈଧ ସମ୍ପର୍କ ପାଇଁ ଯୁବକଙ୍କୁ ନିର୍ମମ ହତ୍ୟା; ଝୁଲନ୍ତା ଅବସ୍ଥାରେ ମିଳିଳା ମହିଳାଙ୍କ ଶବ

ନନ୍ଦିଘୋଷ ବ୍ୟୁରୋ : ମହାରାଷ୍ଟ୍ରର ଲାତୁରରେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ହତ୍ୟା ପରେ ଜଣେ ମହିଳାଙ୍କ ଆତ୍ମହତ୍ୟା ଘଟଣା ପୁରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । କୁହାଯାଉଛି କି, ଅବୈଧ ସମ୍ପର୍କ ଯେଗୁଁ ବ୍ୟକ୍ତିଜଣଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର କିଛି ସମୟ ପରେ ଜଙ୍ଗଲରେ ମହିଳା ଜଣକ ଏକ ଗଛରେ ଝୁଲିକି ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏହି ଘଟଣା ନେଇ ଧାରା ୧୦୩ ଅନୁଯାୟୀ, ୫ ଜଣଙ୍କ ନାଁରେ ଅଭିଯୋଗ ଦାୟର ହୋଇଛି ଏବଂ ପୋଲିସ ତନାଘନା ଆରମ୍ଭ କରିଦେଲାଣି ।
ସୂଚନା ମୁତାବକ, ମୃତକ ଜଣକ ହେଲେ ଶରଦ ଇଂଗଲେ, ଲାତୁର ଜିଲ୍ଲାରେ କରକଟ୍ଟା ଗ୍ରାମପଞ୍ଚାୟତର ଏକ ୟୁନିଟରେ ସୁପରଭାଇଜର ଭାବେ କାମ କରୁଥିଲା । ସେଠାରେ ଏକ ମହିଳାଙ୍କ ସହ ତାଙ୍କର ଅବୈଧ ସମ୍ପର୍କ ସୃଷ୍ଟି ହୋଇଯାଇଥିଲା । ଏହି କାରଣରୁ ସେଠାକାର ଲୋକମାନେ ଶରଦଙ୍କୁ ହତ୍ୟା କରିଥିବା କୁହାଯାଉଛି । ଧାରୁଆ ଅସ୍ତ୍ର ସାହାଯ୍ୟରେ ଅନେକ ଥର ଆକ୍ରମଣ କରି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି ।
ମୃତକ ଶରଦଙ୍କ ପତ୍ନୀଙ୍କ ଏଫଆଇଆର୍ ଆଧାରରେ ୫ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ହେଲେ ଯୁବକ ଜଣଙ୍କର ଏକ ମହିଳାଙ୍କ ସହ ଅବୈଧ ସମ୍ପର୍କ ଥିବା ଜଣାପଡିଛି । ପୋଲିସ ଏବେ ସଦିଗ୍ଧ ପରିସ୍ଥିତିରେ ଝୁଲନ୍ତା ଅବସ୍ଥାରେ ମଳିଳାଙ୍କ ଝୁଲନ୍ତା ମୃତଦେହ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।
ଅନ୍ୟପଟେ ଉଭୟ ମୃତଦେହକୁ ପୋଷ୍ଟମୋର୍ଟମ ପାଇଁ ପଠାଯାଇଛି । ଏବେ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ଏହାସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଞ୍ଚ କରି ସୁରାଗ ଏକାଠି କରିଛି । ଏହି ଘଟଣାର ଯାଞ୍ଚ ପାଇଁ ଏକ ଟିମ୍ ଗଠନ ହୋବା ସହ ଖୁବ୍ ଶୀଘ୍ର ଅପରାଧୀକୁ ଧରିବେ ବୋଲି କହିଛି ପୋଲିସ ।