ମଦ ନିଶାରେ ଚୁର୍ ହୋଇ ମାଆକୁ ହତ୍ୟା କଲା ପୁଅ

ବାଲେଶ୍ୱର: ମଦ ନେଲା ମାର ଜୀବନ । ମଦ ନିଶାରେ ଚୁର୍ ହୋଇ ପୁଅ ସାଜିଲା ସୈତାନ । ମଦ ପିଇ ଘରକୁ ଆସି ବାପା ମା ଓ ଭଉଣୀଙ୍କୁ ଆକ୍ରମଣ କରିଥିଲା ପୁଅ । ବାପା ଭଉଣୀ ଭୟରେ ଘରୁ ପଳେଇଥିବା ବେଳେ ମାକୁ ବାଡି ଓ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲା ପୁଅ । ଘଟଣା ଘଟିଛି ବାଲେଶ୍ୱର ଇରା ବ୍ଲକ୍ ମିରିପୁର ଖଇରା ଗାଁରେ ।
ରଘୁନାଥ ଶିଆଳଙ୍କ ସାନ ପୁଅ ପ୍ରତିଦିନ ମଦ ପିଇ ଘରକୁ ଆସେ । ଗତକାଲି ବିଳମ୍ବିତ ରାତିରେ ମଦ ପିଇ ଘରକୁ ଆସି ମା ସହ ଯୁକ୍ତିତର୍କ କରିଥିଲା ନିଶାସକ୍ତ ଜଗବନ୍ଧୁ ସିଆଳ । ହଠାତ୍ ସମସ୍ତଙ୍କୁ ଠେଙ୍ଗା ଓ କଟୁରୀରେ ଆକ୍ରମଣ କରିଥିଲା । ପୁଅର ଆକ୍ରମଣରେ ମା ମଣି ସିଆଳଙ୍କ ମୃତ୍ୟୁ ହୋଇଛି । ମାର ମୃତ୍ୟୁ ପରେ ଜଗବନ୍ଧୁ ଫେରାର ହୋଇଯାଇଛି । ପୋଲିସ ପହଞ୍ଚି ତଦନ୍ତ କରୁଛି ।