ନାବାଳିକା ପ୍ରେମିକାକୁ ବ୍ଲାକମେଲିଂ, ପ୍ରେମିକ ଦେଉଥିଲା ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ ଧମକ

କଟକ: ନାବାଳିକା ପ୍ରେମିକାର ଅଶ୍ଳୀଳ ଭିଡିଓ ଭାଇରାଲ୍ ଅଭିଯୋଗରେ ବନ୍ଧା ହେଲା ପ୍ରେମିକ । କଟକ ସିଡିଏ ଅଞ୍ଚଳର ଜଣେ ଯୁବତୀଙ୍କ ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକକୁ ଗୁଜରାଟରୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୋଗ ଅନୁସାରେ ସୋସିଆଲ ମିଡିଆରେ ବିହାରର ପ୍ରକାଶ କୁମାରଙ୍କ ସହିତ ସିଡିଏର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ସୁଟ କରି ଏହାକୁ ଭାଇରାଲ କରିବା ସହିତ ବାରମ୍ବାର ବ୍ଲାକମେଲ କରୁଥିଲା ପ୍ରେମିକ ।

ନାବାଳିକା ପ୍ରେମିକା ଜଣଙ୍କ ସହିତ ବିହାରର ଏହି ଯୁବକର ପ୍ରେମ ସମ୍ପର୍କ ଗଢି ଉଠିଥିଲା  । ପରବର୍ତ୍ତୀ ସମୟରେ ଉକ୍ତ ଯୁବକ ନାବାଳିକାର ଅନ୍ତରଙ୍ଗ ଭିଡ଼ିଓ ପାଖରେ ରଖିବା ସହ ଏହାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ନେଇ ଧମକ ଦେଇ ଆସୁଥିଲା    । ଏମିତିକି ଅନେକ ଥର ଯୁବତୀଙ୍କୁ ବ୍ଲାକମେଲିଂ କରୁଥିଲା ବିହାରର ଏହି ପ୍ରେମିକ  । ଏନେଇ ଅଭିଯୋଗ ପରେ କମିଶନରେଟ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡ଼ିଛି  ।

Leave a Reply