ପୋଷା ବିଲେଇ କାମୁଡାରେ ମାଲିକ ମୃତ

1 min read

ନୂଆଦିଲ୍ଲୀ: ପୋଷା ବିଲେଇ କାମୁଡାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ବିଲେଇଟି ହାତର ଆଙ୍ଗୁଠିକୁ କାମୁଡି ଦେଇଥିଲା। ଯାହା ଫଳରେ ତାଙ୍କ ହାତରେ ଇନଫେକସନ୍ ହୋଇଯାଇଥିଲା ।

ସୂଚନା ଅନୁଯାୟୀ, ଏହି ଘଟଣାଟି ଡେନମାର୍କର । ୨୦୧୮ ମସିହାରେ ହେନରିକ କ୍ରେଗବାଉମ  ପ୍ଲେଟନର ଗୋଟିଏ ମା’ ଓ ଛୁଆ ବିଲେଇକୁ ଘରକୁ ଆଣିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଛୁଆ ବିଲେଇ ହେନରିକଙ୍କ ଆଙ୍ଗୁଠିକୁ କାମୁଡି ଦେଇଥିଲେ। କିଛି ସମୟ ପରେ ଆଙ୍ଗୁଠି ଫୁଲି ଯାଇଥିଲା । ପରେ ଡାକ୍ତରଙ୍କ ପରାମର୍ଶ ନେଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠି ତାଙ୍କର ୧୫ଟି ଅପରେସନ୍ ହୋଇଥିଲା ।

ତେବେ ଅପରେସନର ୪ ମାସ ପରେ ମଧ୍ୟ ହେନରିକଙ୍କ ଆଙ୍ଗୁଠି ଠିକ୍ ଭାବେ କାମ କରିନଥିଲା । ଫଳରେ ଡାକ୍ତର ଆଙ୍ଗୁଠିକୁ ସମ୍ପୂର୍ଣ୍ଣ କାଟି ଦେବାକୁ କହିଥିଲେ । ତେବେ ଆଙ୍ଗୁଠିକୁ କାଟି ହଟାଇବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲା ।

ଏନେଇ ତାଙ୍କ ମା’ କୁହନ୍ତି, ପୁଅର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନଥିଲା । ଏପରିକି ଇମ୍ୟୁନ୍ ସିଷ୍ଟମ ଦୁର୍ବଳ ହେବାରେ ଲାଗିଥିଲା । ପରେପରେ ତାକୁ ନିମୋନିଆ, ଗାଉଟ୍ ଓ ଡାଏବେଟିସ୍ ଭଳି ରୋଗ ହୋଇଥିଲା । ବିଲେଇଟି ଠିକ୍ ଶୀରକୁ କାମୁଡି ଦେଇଥିଲା । ଫଳରେ ଶରୀରରେ ବ୍ୟାକ୍ଟେରିଆ ବ୍ୟାପିବାରେ ଲାଗିଥିଲା । ଫଳରେ ଏହି ଘଟଣାର ୪ ବର୍ଷ ପରେ ହେନରିକଙ୍କ ମୃତ୍ୟୁ ଘଟିଥିଲା ।

ତେବେ ବିଲେଇ କାମୁଡିଲେ ଏହାକୁ ହାଲୁକା ଭାବେ ନନେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି କହିଛନ୍ତି ହେନରିକଙ୍କ ପରିବାର । କାରଣ ବିଲେଇ କାମୁଡିବା ଦ୍ୱାରା Pasteurella multocida ନାମକ ଏକ ବ୍ୟାକ୍ଟେରିଆରୁ ଟିସୁଇନଫେକସନ୍ ହୋଇଥାଏ । ଫଳରେ ଜୀବନ ଯିବାର ଆଶଙ୍କା ରହିଥାଏ ।