ନିର୍ମାଣାଧୀନ ପୋଲରୁ ଖସି ଶ୍ରମିକ ମୃତ, ଦିଆଯାଇ ନଥିଲା ସୁରକ୍ଷା ଉପକରଣ

1 min read
Man Dies, Falls From A Under Construction Bridge In Boudh

ବୌଦ୍ଧ: ଠିକା ସଂସ୍ଥାରେ ବେପରୁଆ ମନୋଭାବ ଯୋଗୁଁ ଚାଲିଗଲା ଶ୍ରମିକଙ୍କ ଜୀବନ । ଧଳପୁର-ଆଠମଲ୍ଲିକ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜଣେ ଶ୍ରମିକ ଉପରୁ ଖସି ପଡ଼ି ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକ ଜଣଙ୍କ ଝାଡ଼ଖଣ୍ଡ ରାଜ୍ୟ ଲାତିହାର ଜିଲ୍ଲା କେଡୁ ଗାଁର ମନୁ ଗଞ୍ଜୁ ବୋଲି ଜଣାପଡ଼ିଛି । ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Man Dies, Falls From A Under Construction Bridge In Boudh

ଧଳପୁର-ଆଠମଲ୍ଲିକ ରାସ୍ତାରେ ହେଉଥିବା ପୋଲ ନିର୍ମାଣ କାର୍ଯ୍ୟରେ ଏକାଧିକ ଶ୍ରମିକ ନିୟୋଜିତ ହୋଇଛନ୍ତି । ଠିକା ସଂସ୍ଥା ଶ୍ରମିକଙ୍କ ଜୀବନକୁ ବିପଦରେ ପକାଇ କାମରେ ଲଗାଇଛି । ସେତୁ ନିର୍ମାଣ କାମରେ ନିୟୋଜିତ ଶ୍ରମିକ ମାନଙ୍କୁ ଠିକା ସଂସ୍ଥା ପକ୍ଷରୁ ଜୋତା, ହେଲମେଟ ଓ ସେଫ୍ଟି ଜ୍ୟାକେଟ ଆଦି କୌଣସି ସୁରକ୍ଷା ଉପକରଣ ଦିଆଯାଇନାହିଁ । ମିଳିଥିବା ସୂଚନା ଅନୁଯାୟୀ ରଞ୍ଜିତ ବିଲ୍ଡିଂ ଆଣ୍ଡ କନଷ୍ଟ୍ରକ୍ସନ ଠିକା ସଂସ୍ଥା ପକ୍ଷରୁ ସେତୁ କାମ ଚାଲିଛି ।

Man Dies, Falls From A Under Construction Bridge In Boudh

ଫଳରେ ଏଭଳି ବଡ଼ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତବର୍ଷ ମଧ୍ୟ ଏଭଳି ଭାବେ ଜଣେ ଶ୍ରମିକଙ୍କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ବିଭିନ୍ନ ସମୟରେ ଠିକାସଂସ୍ଥାର ବେପରୁଆ ମନୋଭାବ ଯୋଗୁ ଶ୍ରମିକଙ୍କ ଜୀବନ ଯାଉଛି । ସରକାରୀ ନିୟମ ନ ମାନି ଅତି ଖାମଖିଆଲି ଭାବେ କାମ କରୁଥିବା ଠିକା ସଂସ୍ଥାର ୱାର୍କ୍ ସାଇଟ୍ ପ୍ରଶାସନ ନିୟମିତ ପରିଦର୍ଶନ କରୁନାହିଁ । ଘଟଣାର ତଦନ୍ତ କରି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Leave a Reply