କ୍ୱାରେଣ୍ଟାଇନରୁ ରୋଗୀ ନେବାକୁ ମନାକଲା ଆମ୍ବୁଲାନସ !

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରାରେ କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଥିବା ଯୁବକଙ୍କ ମୃତ୍ୟୁ । ଜଳଦା ନୋଡାଲ ବିଦ୍ୟାଳୟର କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ବିପିନ ମଳିକଙ୍କର ଅସୁସ୍ଥତା ଯୋଗୁ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ।  ସୂଚନା ଅନୁସାରେ, ଖଇରା ଥାନା ଜଳଦା ଗ୍ରାମର ଗୋବିନ୍ଦ ମଳିକଙ୍କ ପୁଅ ବିପିନି ବିହାରି ମଳିକ ମୁମ୍ବାଇରେ ଗତ କିଛି ବର୍ଷ ଧରି  କାମ କରୁଥିଲେ । ଗତ ୨୭ରେ ବିପିନ ତାଙ୍କ ବଡ ଭାଇଙ୍କ ସହିତ ମୁମ୍ବାଇରୁ ଫେରି ୨୯ରେ ଭଦ୍ରକରେ ପହଞ୍ଚିବା ପରେ ଭଦ୍ରକ ଷ୍ଟେସନରୁ ସିଧା କ୍ୱାରେଣ୍ଟାଇନ ସେଣ୍ଟର ଯାଇଥିଲେ ।

ମାତ୍ର ଗତକାଲି ରାତିରେ ଦେହ ଅସୁସ୍ଥ ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ କ୍ୱାରେଣ୍ଟାଇନ ସେଣ୍ଟରରୁ ରୋଗୀ ଆଣିବାକୁ ମନା କରିଦେଇଥିଲା । ଫଳରେ ବାଧ୍ୟ ହୋଇ ରୋଗୀକୁ ବାଇକ ଯୋଗେ କ୍ୱାରେଣ୍ଟାଇନ ସେଣ୍ଟରରୁ ସୋର ଡାକ୍ତର ଖାନାକୁ ଅଣାଯାଇଥିଲା । ମାତ୍ର ଡାକ୍ତର ଚିକିତ୍ସା କରୁଥିବା ବେଳେ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave a Reply