ବାରହା ଫାଶରେ ପଡ଼ି ଗାଈ ଚରାଳି ମୃତ

ବଲାଙ୍ଗୀର: ଖର୍ଲିକାନୀର ମିର୍ଧାପଡ଼ାରେ ଅଘଟଣ। ଜଙ୍ଗଲକୁ ଗାଈ ଚରାଇ ବାକୁ ଯାଇଥିବା ବେଳେ ବାରହା ଫାସ( ବିଦ୍ୟୁତ ତାର )ରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏଭଳି ଅଘଟଣ ଘଟିଛି ବଲାଙ୍ଗୀର ଜିଲ୍ଲା ଖର୍ଲିକାନୀର ମିର୍ଧାପଡ଼ାରେ। ମୃତକ ଜଣକ ହେଲେ ଖର୍ଲିକାନୀ ଗାଁର ଶେଷ କୁଆଚି। ଗତ କାଲି ସନ୍ଧ୍ୟାରେ ଗାଈ ଖୋଜିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଘଟିଥିଲା ଏଭଳି ଅଘଟଣ ।
କର୍ଲ୍ଲାବାହାଲି ଜଙ୍ଗଲରେ ଶିକାରୀ ବିଛାଇଥିବା ବିଦ୍ୟୁତ ତାରଯୁକ୍ତ ବାରହା ଫାଶରେ ପଡ଼ିଯାଇଥିଲେ ଶେଷ କୁଆଚି। ଯାହାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜଙ୍ଗଲରେ ମୃତ ଦେହ ପଡିଥିବା ନେଇ ଗ୍ରାମବସୀଙ୍କ ଠାରୁ ପରିବାର ଲୋକେ ଖବର ପାଇବା ପରେ ରାତିରେ ମୃତ ଦେହ ଘରକୁ ଆଣିଥିଲେ । ତେବେ ଶିକାରୀ ଭୟରେ ପୋଲିସକୁ ଖବର ନ ଦେଇ ମୃତ ଦେହକୁ ଆଜି ସକାଳୁ ପୋଡି ଦେଲେ ପରିବାର ଲୋକେ। ଏନେଇ ସଦର ଥାନା ପୋଲିସ ଖବର ପାଇ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି।
ମୃତ ଶେଷ କୁଆଚିଙ୍କ ପୁଅ ଅଙ୍କିତ କୁଆଚି ଏନେଇ ଅଭିଯୋଗ କରିଛନ୍ତି। ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିବା ଶିକାରୀମାନଙ୍କୁ ଗିରଫ କରିବା ସହ ତାଙ୍କ ପିତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ପୋଲିସ ନିକଟରେ ସେ ଦାବି କରିଛନ୍ତି।