କରୋନା ଭାଇରସ ଡର : ହାତ ତିଆରି ଔଷଧ ଖାଇ ଜୀବନ ଗଲା !

ଚେନ୍ନାଇ:  କରୋନାଭାଇରସ୍ ଯୋଗୁଁ ୨ ଲକ୍ଷରୁ ଅଧିକ ଲୋକେ ପ୍ରାଣ ହରାଇ ସାରିଛନ୍ତି। ପ୍ରାୟ ୪୦ ଲକ୍ଷ ଲୋକେ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । । କରୋନା ଭାଇରସ ପାଇଁ ଏବେ ସୁଦ୍ଧା କୌଣସି ଭ୍ୟାକ୍ସିନ ଆସି ନାହିଁ । ଏପରି ପରିସ୍ଥିତିରେ ଅନେକ ଲୋକ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧ ଖାଉଛନ୍ତି । ହେଲେ ଡାକ୍ତରଙ୍କ କହିବା ଅନୁସାରେ କୌଣସି ଔଷଧର ସେବନ ବିନା ଅନୁମତିରେ କରିବା ଅନୁଚିତ୍ । ସେଥିପାଇଁ ଡାକ୍ତରମାନେ ଅଛନ୍ତି । ତଥାପି କିଛି ଲୋକେ ନିଜକୁ ବୈଜ୍ଞାନିକ ଭାବିନେଇ ନାନା ପ୍ରକାରର ପରୀକ୍ଷା ନିରୀକ୍ଷା କରୁଛନ୍ତି । ଯାହାର ପରିଣାମ ହେଉଛି ମୃତ୍ୟୁ । ଠିକ୍ ସେହିଭଳି ଏକ ଖବର ସାମ୍ନାକୁ ଆସିଛି ।

ନିକଟରେ ଚେନ୍ନାଇର ଜଣେ ଆୟୁର୍ବେଦିକ ଫାର୍ମାସିଷ୍ଟ ନିଜେ ପ୍ରସ୍ତୁତ କରିଥିବା ଔଷଧ ଖାଇବା ପ୍ରାଣ ହରାଇଛନ୍ତି ।  ୪୭ ବର୍ଷୀୟ ଫାର୍ମାସିଷ୍ଟ କେ ସିଭାନେସନ୍ ଚେନ୍ନାଇର ସୁଜାତା ବାୟୋଟେକ୍ ରେ କାମ କରୁଥିଲେ । କମ୍ପାନୀର ଗୋଟିଏ ପ୍ଲାଣ୍ଟ ଉତ୍ତରପ୍ରଦେଶର କାଶାପୁରରେ ଅଛି ଏବଂ କେ ସିଭାନେସନ୍ ସେଠାରେ ଥିଲେ । ଏହାପୂର୍ବରୁ ସେ ଅନେକ ଔଷଧ ତିଆରି କରିଥିଲେ । ଚେନ୍ନାଇର କମ୍ପାନୀର ନିର୍ଦ୍ଦେଶକ ଡାକ୍ତର ରାଜକୁମାରଙ୍କୁ ସିଭାସେନ ଲଗାତାର ଭେଟୁଥିଲେ। ହେଲେ ଲକଡାଉନ୍ ହେତୁ ସିଭାନସେନ୍ ଚେନ୍ନାଇରେ ଫସି ଯାଇଥିଲେ। ସେ ଉତ୍ତରପ୍ରଦେଶ ଫେରିନଥିଲେ ।

ସିଭାନସେନ୍ ନିକଟରେ ଏକ ରାସାୟନିକ ପଦାର୍ଥ କିଣି କରୋନା ପ୍ରତିରୋଧକ  ପ୍ରସ୍ତୁତ କରିଥିଲେ। ସେ ପ୍ରଥମେ ଏହି ପାଉଡରକୁ ରାଜକୁମାରଙ୍କୁ ଦେଇଥିଲେ । ଏହାର ଚାଖିବା ମାତ୍ରେ ପରେ ରାଜକୁମାର ବେହୋଶ ହୋଇଥିଲେ । ଏହା ପରେ ସିଭାନେସନ ତାଙ୍କ ରୋଷେଇ ଘରକୁ ଯାଇ ପାଉଡରକୁ ପାଣିରେ ମିଶାଇ ପିଇଥିଲେ। ଫଳରେ ସେ ମଧ୍ୟ ବେହୋଶ ହୋଇଥିଲେ । ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ପୋଲିସ ଏକ ମାମଲା ରୁଜୁ କରିଛି ।

Leave a Reply