କରୋନା ଟିକା ନେବା ପରେ ଶରୀରରେ ସୃଷ୍ଟି ହେଲାନି ଆଣ୍ଟିବଡି: ଥାନାରେ କମ୍ପାନୀ ବିରୋଧରେ ଠକେଇ ମାମଲା

1 min read

ଲକ୍ଷ୍ଣୌ: କାମକରୁନି କରୋନା ଟିକା । ଟିକା ନେବା ପରେ ଶରୀରରେ ସୃଷ୍ଟି ହେଉନି ଆଣ୍ଟବଡି । ଏଭଳି ଅଭିଯୋଗ କରିଛନ୍ତି ରୁଚି ଖାଣ୍ଡର ବାସିନ୍ଦା ପ୍ରତାପ ଚନ୍ଦ୍ର । ଏ ନେଇ ସେ ପୋଲିସ ଷ୍ଟେସନରେ ମାମଲା ମଧ୍ୟ ରୁଜୁ କରିଛନ୍ତି । ଅଭିଯୋଗକାରୀ ପ୍ରତାପ ଚନ୍ଦ୍ରଙ୍କ କହିବା ହେଲା ଯେ, ସେ ଏପ୍ରିଲ ୮ରେ କୋଭିସିଲ୍ଡର ପ୍ରଥମ ଡୋଜ୍ ନେଇଥିଲେ । ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ଥିବା ବେଳେ ଏହା ମଧ୍ୟରେ ସରକାରଙ୍କ ଟିକାକରଣ ନେଇ ନୂଆ ଗାଇଡଲାଇନ୍ ଜାରି ହୁଏ ଏବଂ ଏଥିରେ ଟିକାକରଣ ଅବଧିକୁ ବୃଦ୍ଧି କରାଯାଏ । ଏଣୁ ତାଙ୍କୁ ଦ୍ୱିତୀୟ ଡୋଜ ପାଇଁ ଅପେକ୍ଷା କରିବାକୁ ପଡ଼େ । ଏହାରି ମଧ୍ୟରେ ସେ ମଇ’ ୨୧ ତାରିଖରେ ଆଇସିଏମ୍‌ଆର ନିର୍ଦ୍ଦେଶକ ବଳରାମ ଭାର୍ଗବ ଏକ ଟିଭି ସାକ୍ଷାତକାର ଦେଖିଥିଲେ । ଯେଉଁଥିରେ ସେ, କୋଭିସିଲ୍ଡ ଟିକାର ପ୍ରଭାବ ସମ୍ପର୍କରେ କହିଥିଲେ । ସେ କହିଥିଲେ ଯେ, କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ପରେ ଶରୀରରେ ଆଣ୍ଟିବଡ଼ି ସୃଷ୍ଟି ହୋଇଯାଏ । କିନ୍ତୁ କୋଭାକ୍ସିନ୍ର ଦ୍ୱିତୀୟ ଡୋଜ୍ ନେଲା ପରେ ଶରୀରରେ ଆଣ୍ଟବଡି ସୃଷ୍ଟି ହୋଇଥାଏ  । ଏହା ପରେ ସେ ମଇ ୨୫ ତାରିଖରେ ଆଣ୍ଟିବଡ଼ି ଟେଷ୍ଟ ପାଇଁ ଘରୋଇ ହସ୍ପିଟାଲକୁ ରକ୍ତ ନମୁନା ପଠାନ୍ତି । ଏବଂ ମଇ ୨୭ ତାରିଖରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରାପ୍ତ ରିପୋର୍ଟ ମୁତାବକ ତାଙ୍କ ଶରୀରରେ କୌଣସି ପ୍ରକାର ଆଣ୍ଟିବଡ଼ି ସୃଷ୍ଟି ହୋଇନି । ବରଂ ପ୍ଳେଟ୍‌ଲେଟ୍ ସଂଖ୍ୟା ୩ ଲକ୍ଷରୁ ହ୍ରାସ ହୋଇ ୧.୫ଲକ୍ଷକୁ ହ୍ରାସ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏହା ପରେ ସ୍ଥାନୀୟ ପୋଲିସ ଷ୍ଟେସନରେ କରୋନା ଟିକା ନେଇ ଏକ ଠକେଇ ମାମଲା ରୁଜୁ କରିଛନ୍ତି । ଏବଂ ଟିକା ଉତ୍ପାଦନକାରୀ କମ୍ପାନୀ ମାଲିକ, କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ, ଆଇସିଏମ୍‌ଆର ନିର୍ଦ୍ଦେଶକ, ଏନ୍‌ଏଚ୍ଏମ୍ ନିର୍ଦ୍ଦେଶକ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକଙ୍କ ମାମଲରାରେ ପକ୍ଷଭୁକ୍ତ କରାଯାଇଛି । ତେବେ ଅଭିଯୋଗର ସମୀକ୍ଷା ପାଇଁ ଏହାକୁ ସିଏମ୍‌ଓକୁ ପଠାଯିବ ବୋଲି ଏଡିସିପି ଇଷ୍ଟଜୋନ୍ କହିଛନ୍ତି

ଏଥିସହିତ ପଢ଼ନ୍ତୁ: EPFO ନିୟମରେ ପରିବର୍ତ୍ତନ: କରୋନା ଚିକିତ୍ସା ପାଇଁ PFରୁ ବାହାର କରିପାରିବେ ଟଙ୍କା

Leave a Reply