ବାହା ହେବାକୁ କହି ଏମିତି କାମ କଲା ପ୍ରେମିକ

ଭଦ୍ରକ: ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମର ଅଭିଯୋଗ । ଭଲ ପାଇବା ପରେ ପ୍ରେମିକ କରିଛି ପ୍ରତାରଣା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ତ୍ରିଶଳପୁର ଗାଁରେ  । ପୀଡ଼ିତାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ତ୍ରିଶଳପୁର ଗାଁର ସୁଦର୍ଶନ ଲେଙ୍କାଙ୍କ ପୁଅ ପ୍ରମୋଦ ଲେଙ୍କା ।

ସୂଚନା ଅନୁଯାୟୀ, ପ୍ରମୋଦ ଲେଙ୍କା ୪ବର୍ଷ ହେବ ପୀଡ଼ିତାଙ୍କୁ ଭଲପାଉଥିଲେ । ବିବାହର ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କ ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ । ପୀଡ଼ିତା ଜଣକ ତାଙ୍କୁ ବିବାହ କରିବାକୁ କହିବାରୁ ସେ ବାରମ୍ବାର ଦିନ ଗଡ଼ାଇ ଚାଲିଥିଲେ । ଘରେ ବାହାଘର ପାଇଁ କଥା ଚାଲିଛି କହି ମିଛ ସତ କହି ଆସୁଥିଲେ ।

ଖାଲି ସେତିକି ନୁହେଁ, ଗତ ୫ ତାରିଖ ଦିନ ଭଦ୍ରକରେ କୋର୍ଟ ମ୍ୟାରେଜ କରିବାକୁ  କିହିଥିଲେ ପ୍ରମୋଦ । ପରେ ଯୁବତୀଙ୍କୁ ଭଦ୍ରକ ବନ୍ତ ଛକ ନିକଟରେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ନେଇ ପୀଡ଼ିତାଙ୍କ ଇଚ୍ଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିଥିଲେ । ତାର ଠିକ୍‌ ଦୁଇ ଦିନ ପରେ ପ୍ରମୋଦ ଫେରାର ହୋଇଯାଇଥିଲେ ।

ଏନେଇ ପୀଡ଼ିତାଙ୍କ ପରିବାର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ।

Leave a Reply