ସମ୍ବଲପୁର: ଯୁବକଙ୍କୁ ପିଟିପିଟି ହତ୍ୟା । ସମ୍ବଲପୁର ଜିଲ୍ଲା ନାକଟିଦେଉଳ ତାଳବଣିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ୪ ଜଣ ଯୁବକ ସଂଘବଦ୍ଧ ଭାବେ ଯୁବକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଉଛନ୍ତି ଦୁଶାସନ ଦେହୁରୀ । ଗତକାଲି ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ।

ନାକଟିଦେଉଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି । କୌଣସି କାରଣ ନେଇ ଦୁଶାସନଙ୍କ ସହ ସଂପୃକ୍ତ ଯୁବକଙ୍କ ଶତୃତା ରହିଥିଲା । ଗତକାଲି ସଂଧ୍ୟାରେ କଥା କଟାକଟି ହେବା ପରେ ଅଭିଯୁକ୍ତମାନେ ଗାଁ ଦାଣ୍ଡରେ ଦୁଶାସନଙ୍କୁ ଗୋଡାଇ ଗୋଡାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି ।


