spot_img

Latest Posts

ଚୋରି କରି ଧରାପଡ଼ିଲେ, ଚୋରକୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ …

ଅନୁଗୁଳ : ଚୋରି କଲା ବୋଲି ପିଟିପିଟି ମାରିଦେଲେ । ଅନୁଗୁଳ ଥାନା ରାଣୀଗୋଡା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁସାରେ ଗତକାଲି ରାଣୀଗୋଡା ଗାଁର ପଡ଼ିଆରେ ସେହି ଗାଁର ବାପି ବିଶ୍ୱାଳ ନାମକ ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ସରପଞ୍ଚ ପୋଲିସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବାପିଙ୍କ ଦେହରେ କ୍ଷତ ଚିହ୍ନ ଥିବା ବେଳେ ମାଡ଼ ମରାଯାଇଥିବା ଯୋଗୁଁ ଏଭଳି କ୍ଷତ ଥିବା ସନ୍ଦେହ କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି।

ପ୍ରାଥମିକ ତଦନ୍ତରୁ ବାପି ବିଭିନ୍ନ ସମୟରେ ଛୋଟମୋଟ ଚୋରି କରିଥାଏ । ଗତ କିଛିଦିନ ତଳେ ବାପି ସେହି ଗାଁର ଜଣଙ୍କ ଘରେ କିଛି ଚୋରି କରି ଧରା ପଡିବା ପରେ ଦୁଇ ଜଣ ଯୁବକ ତାଙ୍କୁ ମାଡ ମାରିଥିଲେ । ପରେ ପୁଣି ଗତକାଲି ଉଭୟ ଯୁବକଙ୍କ ସହ ଯୁକ୍ତିତର୍କ ହେବା ପରେ ବାପିଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଯାହା ଫଳରେ ସେ ଗୁରୁତର ହୋଇଥିଲେ। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା ।

Latest Posts

Don't Miss