ମୁଣ୍ଡଳୀରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ

କଟକ: ମହାନଦୀକୁ ଡେଇଁଲେ ଯୁବକ । ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁ ଯୁବକ ନିଖୋଜ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜ ଯୁବକ ଭୁବନେଶ୍ବର ଶୈଳଶ୍ରୀବିହାରର ବିଶ୍ବଦେବ ଦାସ ବୋଲି ଜଣାପଡିଛି । ପାଣିକୁ ଡେଇଁବା କାରଣ ଅସ୍ପଷ୍ଟ ରହିଚି ।

ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି  । ରାଜଧାନୀରୁ ଯୁବକ ଜଣକ ମୁଣ୍ଡଳୀ ଆସି କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ବି ଖୋଜୁଛି ପୋଲିସ  । କିଛି ଦିନ ମଧ୍ୟରେ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଆତ୍ମହତ୍ୟା ଘଟଣା କମିଶନରେଟ ପୋଲିସର ମୁଣ୍ଡବିଧା ସାଜିଛି  ।