ଜମି ବିବାଦକୁ ନେଇ ଗଣ୍ଡଗୋଳ, ଡ୍ରେନରେ ବୁଡ଼ାଇ ହତ୍ୟା ଉଦ୍ୟମ

Man Attempt To Murder For Land In Bhubaneswar

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗରେ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ ଡ୍ରେନ ପାଣିରେ ବୁଡ଼ାଇ ହତ୍ୟା ଉଦ୍ୟମ କରାଯାଇଛି । ଚନ୍ଦକା ଦାରୁଠେଙ୍ଗ ଗାଁରେ ଏଭଳି ଘଟିଛି ଘଟଣା । ସୋସିଆଲ ମିଡିଆରେ ଉକ୍ତ ଭିଡିଓ ଭାଇରାଲ ହୋଇଛି । ସୂଚନା ଅନୁସାରେ, ଚନ୍ଦକା ଥାନା ଦାରୁଠେଙ୍ଗ ଗାଁର ବୁଲୁ ବେହେରା ଓ ରବୀନ୍ଦ୍ର ବେହେରାଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଛି । ଉକ୍ତ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଅନେକ ଥର ଗଣ୍ଡଗୋଳ ମଧ୍ୟ ହୋଇଛି ।

Man Attempt To Murder For Land In Bhubaneswar

ତେବେ ପକ୍ଷାଘାତରେ ଆକ୍ରାନ୍ତ ରବୀନ୍ଦ୍ର ବେହେରା ସବୁଦିନ ପରି ଗତକାଲି ଚାଲିବାକୁ ଯାଇଥିଲେ । ଏହି ସମୟରେ ବୁଲୁଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ବୁଲୁ ତାଙ୍କୁ ମାରିବାକୁ ଯିବାରୁ ସେ ତାଙ୍କ ହାତକୁ କାମୁଡ଼ି ଦେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ବୁଲୁ ରବୀନ୍ଦ୍ରଙ୍କୁ ମାଡ଼ ମାରିବା ସହ ନିକଟରେ ଥିବା ଡ୍ରେନରେ ବୁଡ଼ାଇ ହତ୍ୟା ଉଦ୍ୟମ କରିଥିଲେ । ଯେତେ ଚିତ୍କାର କଲେ ମଧ୍ୟ ବୁଲୁ ଛାଡ଼ି ନଥିଲେ ।

ଲୋକେ ଦୌଡ଼ି ଆସିବାରୁ ରବୀନ୍ଦ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ । ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ପୋଲିସ ଘଟଣାକୁ ହାଲକା ଭାବେ ନେଇ ଉଭୟଙ୍କୁ ବୁଝାସୁଝା କରି ଛାଡ଼ି ଦେଇଥିଲା । ଏଭଳି ହୃଦୟ ବିଦାରକ ଭିଡିଓ ଭାଇରାଲ୍ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପରେ ପୋଲିସ ପୁଣି ଉଭୟଙ୍କୁ ଡାକି ଥାନାରେ ଅଟକ ରଖି ପଚରାଉଚରା କରୁଥବା ଜଣାପଡ଼ିଛି ।

Leave a Reply