ସାମାନ୍ୟ କଥାକୁ ନେଇ ଭାଇକୁ ତୀର ମାଡ଼

କରଞ୍ଜିଆ: ଭାଇ ହେଲା ବଇରୀ । ସାମାନ୍ୟ କଥାକୁ ନେଇ ଭାଇ ଭାଇ ମଧ୍ୟରେ ଝଗଡ଼ା, ତା’ପରେ ଭାଇକୁ ମାରିଲା ଭାଇ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗାଁରେ । ଭାଇର ତୀର ମାଡ଼ରେ ଭାଇ ଆହତ ହୋଇଛି । ସୂଚନା ଅନୁସାରେ ଗତକାଲି ରାତିରେ କୌଣସି କାରଣକୁ ନେଇ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।
ମଝିଆ ଭାଇ ତିବରୁ ପିଙ୍ଗୁଆ ସଙ୍ଗେ ସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇକୁ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ବୁଧୁରାମ ପିଙ୍ଗୁଆଙ୍କୁ ପ୍ରଥମେ କରଞ୍ଜିଆ ହସ୍ପିଟାଲ ପରେ କଟକ ସ୍ଥାନାନ୍ତର କାରଯାଇଛି । ସେପଟେ ଖବର ପାଇ କରଞ୍ଜିଆ ପୋଲିସ ମଝିଆ ଭାଇ ତିବରୁ ପିଙ୍ଗୁଆକୁ ଅଟକ ରଖି ପଚରାଉଚରା କରୁଛି ।