spot_img

Latest Posts

ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ: ଗିରଫ ହେଲେ ଯୁବକ

ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲେ ଯୁବକ । ଗିରଫ ଯୁବକ ଜଣକ ହେଲେ ହିଞ୍ଜିଳିକାଟୁ ଥାନା ଅଞ୍ଚଳର ଜୀବନ ମିଶ୍ର । ଇନଷ୍ଟାଗ୍ରାମ ଜରିଆରେ ଜୀବନ ସଂସ୍କୃତ ଶିକ୍ଷୟତ୍ରୀଙ୍କ ସହ ପରିଚୟ ହୋଇଥିଲେ । ବ୍ରହ୍ମପୁର ଅଶୋକ ନଗରରେ ଥିବା ନିଜର ସମ୍ପର୍କୀୟଙ୍କ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ୨୭ ବର୍ଷ ବୟସ୍କା ସଂସ୍କୃତ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ପରେ ଜୀବନକୁ ଗିରଫ କରିଛି ବୈଦ୍ୟନାଥପୁର ଥାନା ପୋଲିସ । ଏହି ଘଟଣାରେ ପୋଲିସ ପୀଡ଼ିତା ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ, ପୀଡ଼ିତାଙ୍କ ପୋଷାକ ଜବତ କରିଛି। ପୀଡ଼ିତା ଏକ ଘରୋଇ ସ୍କୁଲରେ ଶିକ୍ଷକତା କରୁଥିଲେ। ପ୍ରାୟ ବର୍ଷକ ତଳେ ଜୀବନଙ୍କ ସହ ପୀଡ଼ିତାଙ୍କ ସମ୍ପର୍କ ସ୍ଥାପନ ହୋଇଥିଲା। ଗତ ଜୁଲାଇ ୧୫ରେ ପୀଡ଼ିତାଙ୍କୁ ଜୀବନ ସହାୟତା କରିବା ଲାଗି ବ୍ରହ୍ମପୁରକୁ ଡାକିଥିଲେ। ଅଶୋକ ନଗରରେ ସେ ତାଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ପରେ ସେ ପୀଡ଼ିତାଙ୍କୁ ହାଲୁକା ଭାବେ କହିଥିଲେ- ଯଦି ଭୁଲ୍ ହୋଇଯାଇଛି ତେବେ ବିବାହ କରିବେ। ପରେ ପୀଡ଼ିତାଙ୍କୁ ଅଭିଯୁକ୍ତ ଭାଟକୁମରଡା ମେଡିକାଲ ସେଣ୍ଟରକୁ ନେଇଥିଲା। ସେଠାରୁ ତାଙ୍କୁ ଏମକେସିଜି ମେଡିକାଲକୁ ରେଫର କରାଯାଇଥିଲା।ଚିକିତ୍ସା ପରେ ପୀଡ଼ିତାଙ୍କୁ ଅଭିଯୁକ୍ତ ଛାତ୍ରାବାସରେ ଛାଡିଦେଇଥିଲା। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଜୀବନକୁ ଗିରଫ କରିଛି।

Latest Posts

Don't Miss