ମମିତା ମେହେର ହତ୍ୟା ଘଟଣା: ସାକ୍ଷୀଙ୍କୁ ଧମକ ଦେଇ ୨ ଗିରଫ

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା । ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କଲା କଣ୍ଟାବାଞ୍ଜି ପୋଲିସ  । ଗିରଫ ଦୁଇ ଅଭିଯୁକ୍ତ ହେଲେ ମହାଳିଙ୍ଗ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଏବଂ ଅଧ୍ୟାପକ କୃତି ଚନ୍ଦନ । ଉଭୟ ସାକ୍ଷୀଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି । ଗତକାଲି ରାତିରେ ସେମାନଙ୍କୁ ଗିରଫ କରାଯାଇଥିବାବେଳେ ଆଜି କୋର୍ଟ ଚାଲାଣ କରାଯାଇଛି ।

ବହୁ ଚର୍ଚ୍ଚିତ ମମିତା ମହେର ଘଟଣାରେ କଲେଜର ମୁଖ୍ୟ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲା ପୋଲିସ  । ପୋଲିସ ସଠିକ ତଦନ୍ତ କରିଥିବା ପରିବାର ଲୋକ ସନ୍ତୁଷ୍ଟୀପ୍ରକାଶ କରିଥିଲେ  । ସେପଟେ ଗୋବିନ୍ଦ ସାହୁ ଜାମିନରେ ଆସିଥିବାବେଳେ ସାକ୍ଷ୍ୟଙ୍କୁ କିଛି ବ୍ୟକ୍ତି ପ୍ରବାଭିତ କରୁଥିବା ଅଭିଯୋଗ କରିଛନ୍ତି  । ସାକ୍ଷୀ ରହିଥିବା ବ୍ୟକ୍ତିଙ୍କୁ ରଞ୍ଜିତ ସାହୁ ଏବଂ କୃତି ଚନ୍ଦନ ନାମକ ଦୁଇ ବ୍ୟକ୍ତି ଧମକ ଚମକ ଦେଇଥିବା ଅଭିଯୋଗ ହୋଇଥିଲା  । ଫଳରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ ଗିରଫ କରିଛି  ।