ପୋଲିସ କବଜାରେ ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ
1 min readବଲାଙ୍ଗୀର: ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣାରେ ଫେରାର୍ ଥିଲା ମୋଷ୍ଟ ୱାଣ୍ଟେଡ୍ ଗୋବିନ୍ଦ ସାହୁ । ଯାହାକୁ ମଙ୍ଗଳବାର ଦିନ ଧରାଯାଇଛି । ଏନେଇ ଟ୍ବିଟ କରି ସୂଚନା ଦେଲେ ବଲାଙ୍ଗୀର ଏସପି ।
ସୂଚନା ଅନୁଯାୟୀ, ଗୋବିନ୍ଦ ଭଉଣୀ ଘରେ ଲୁଚି ରହିଥିଲା ବେଳେ ତା’କୁ ବୁଢ଼ିପଦରରୁ ପୋଲିସ ଗିରଫ କରିଛି । ଭଉଣୀ ଘର ଆଖୁବାଡିରେ ଲୁଚିଥିଲେ ଗୋବିନ୍ଦ । ଚଢାଉ କରି ଆଖୁବାଡିରୁ ତାଙ୍କୁ ଗିରଫ କରିଛି ପୋଲିସ । ସେପଟେ ଡିଆଇଜି ଦୀପକ କୁମାର ଗୋବିନ୍ଦଙ୍କୁ ଗିରଫଦାରୀ ସଂପର୍କରେ ସୂଚନା ଦେବା ସହ ତାଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଗୋବିନ୍ଦଙ୍କ ସହଯୋଗ ମାନଙ୍କୁ ପୋଲିସ ଖୋଜୁଥିବା ସୂଚନା ଦେଇଛନ୍ତି ଡିଆଇଜି । ଗତ ରବିବାର ରାତିରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ ଗୋବିନ୍ଦ । ଗୋବିନ୍ଦଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୋଲିସ ।
Prime accused in sindhikela ps case has been apprehended.
He absconded from Police custody earlier.@DGPOdisha pic.twitter.com/jlbj9wFEXn— Balangir Police (@spbalangir) October 19, 2021
ନିକଟ ଅତୀତରେ ପୋଲିସ କବଜାରୁ ଚମ୍ପଟ ମାରିଥିବା ସନସାଇନ୍ ପବ୍ଲିକ୍ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରିଥିଲା ବଲାଙ୍ଗୀର ପୋଲିସ । ଏପରିକି ଗୋବିନ୍ଦଙ୍କ ବିଷୟରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ମିଳିବ ବୋଲି ଲଟକା ଜାରି କରିଥିଲା ପୋଲିସ। ସେହିପରି ତଦନ୍ତ ପାଇଁ ବଲାଙ୍ଗୀରରେ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ପୋଲିସ ଡିଆଇଜି ଡ଼ ଦୀପକ କୁମାର । ତଦନ୍ତର ଅଗ୍ରଗତି ନେଇ ଏସପିଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଡିଆଇଜି।