ମମିତା ମେହେର ଡିଏନଏ ରିପୋର୍ଟ ମିଶୁନଥିବା ଅଭିଯୋଗ ମିଛ
1 min readଭୁବନେଶ୍ବର : ବହୁଚର୍ଚ୍ଚିତ ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲେ । ତେବେ ଗୋବିନ୍ଦ ସାହୁର ସ୍ତ୍ରୀ ଓ ତାଙ୍କ ଓକିଲ ମମିତା ମେହେର DNA ମେଳ ଖାଉନଥିବା ଅଭିଯୋଗ ଆଣିଥିଲେ । ହେଲେ ଏହି ଅଭିଯୋଗକୁ ଉତ୍ତରାଞ୍ଚଳ IG ଦୀପକ କୁମାର ଖଣ୍ଡନ କରିଛନ୍ତି । ଘଟଣାସ୍ଥଳରୁ ପୋଲିସ ଜବତ କରିଥିବା ଜିନିଷ ମମିତାଙ୍କର ଓ ତାଙ୍କ ବାପା, ମା ଙ୍କ ସହିତ DNA ମ୍ୟାଚ୍ ହୋଇଛି । ଯାହା ଲାବୋରେଟୋରୀ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ବୋଲି ଉତ୍ତରାଞ୍ଚଳ IG ସୂଚନା ଦେଇଛନ୍ତି ।