ପ୍ରଫେସନାଲ ତଦନ୍ତ କରୁଛି ପୋଲିସ, DIG କହିଲେ ମମିତା ଯାଇ ନାହାଁନ୍ତି ରାୟପୁର

ବଲାଙ୍ଗୀର: ମମିତା ମେହେର ହତ୍ୟା ଘଟଣାରେ ସାମ୍ବାଦିକ ସମ୍ମିଳନୀ କରିଚନ୍ତି ଉତ୍ତରାଞ୍ଚଳ ଡିଆଇଡି ଦୀପକ କୁମାର  । ପୋଲିସର ତଦନ୍ତକୁ ନେଇ ଉଠୁଥିବା ପ୍ରଶ୍ନବାଚୀ ଉପରେ ପ୍ରତିକ୍ରିୟା ରଖିଛନ୍ତି  । ପୋଲିସ ପ୍ରଫେସନାଲ କାର୍ଯ୍ୟ କରୁଛି  । ଘଟଣାକୁ ଗୁରୁତ୍ୱର ସହ ନେଇଛି ଏବଂ ତଦନ୍ତ ଯେଉଁ ଦିଗରେ ଯିବା କଥା ପୋଲିସ ତାର କର୍ତ୍ତବ୍ୟ ସୂଚାରୁ ରୂପେ ନିଭାଇଛି  ।

ପ୍ରେସମିଟରେ ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି , ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ଜାରି ରଖିଥିବା ତଦନ୍ତରେ କେବଳ ଦୁଇ ଜଣ ଦୋଷୀ ରହିଛନ୍ତି  । ମମିତା ମେହେରକୁ ହତ୍ୟା କରିବାରେ ଯେଉଁ ଦୁଇ ଜଣଙ୍କ ସମ୍ପୃକ୍ତି  ରହିଛି, ତାଙ୍କୁ ପୋଲିସ ଗିରଫ କରିଛି  । ଏବଂ ଆଇନ ଅନୁଯାୟୀ ଯାହା କରିବା ପୋଲିସର ଉତ୍ତରଦାୟିତ୍ୱ ତାହା ପୋଲିସ କରିଛି  ।

ଏହା ମମିତା ମେହେର ଗୋବିନ୍ଦ ସାହୁଙ୍କ ସହ ରାୟପୁର ଯାଇଥିବା ପ୍ରଶ୍ନକୁ ନେଇ ସ୍ପଷ୍ଟିକରଣ ରଖିଛନ୍ତି ଡିଆଇଡି  । ସେ କହିଛନ୍ତି ପୋଲିସର ତଦନ୍ତ ଭିତ୍ତିରେ ବର୍ତ୍ତମାନ ପର୍ଯ୍ୟନ୍ତ ସେପରି କିଛି ସନ୍ଦେଶ କିମ୍ବା ପ୍ରମାଣ ମିଳିନାହିଁ ଯେ, ଅଭିଯୁକ୍ତ ସହ ପିଡ଼ିତା ରାୟପୁର ଯାଇଛନ୍ତି  । ଅର୍ଥାତ ରାୟପୁର ଲିଙ୍କରେ କୌଣସି ସତ୍ୟତା ନଥିବା କହିଛନ୍ତି ଡିଆଇଡି ଜୀପକ କୁମାର  ।

Leave a Reply