କେନ୍ଦ୍ର ସରକାରଙ୍କୁ ପୁଣି ମମତାଙ୍କ ସମାଲୋଚନା

କୋଲକାତା: ଦେଶର ନାମ ପରିବରର୍ତ୍ତନକୁ ନେଇ ଲାଗି ରହିଥିବା ରାଜନୀତିକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦେଶର ନାମ ଇଣ୍ଡିଆ ହେଉ କିମ୍ବା ଭାରତ ଆମର କୌଣସି ଆପତ୍ତି ନାହିଁ । କିନ୍ତୁ ସମ୍ବିଧାନରେ ସଂଶୋଧନ ନକରି ଇଣ୍ଡିଆ ହଟାଇବା ଅସାମ୍ବିଧାନିକ । ଏହାସହ ସେ କହିଛନ୍ତି କି, ଅକ୍ଟୋବର ୨ରେ ରାଜଘାଟକୁ ଯାଇ ପ୍ରାର୍ଥନା କରିବେ । ଏଥି ପାଇଁ ଆମକୁ କେହି ଅଟକାଇ ପାରିବେ ନାହିଁ । ରାଜଘାଟକୁ ଯିବା ପାଇଁ ଦିଲ୍ଲୀ ପୋଲିସ ଅନୁମତି ଦେବାକୁ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି ।