ମତାଧିକାର ସାବ୍ୟସ୍ତ କଲେ ମମତାକୁଣ୍ଡୁ ଓ ବେଣୁଧର ବାରିକ

ବାଲେଶ୍ୱର: ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଆସନ ନେଇ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ଣ ୬ ଯାଏଁ ଜାରି ରହିବ । କରୋନା କଟକଣାକୁ ମାନ ସାମାଜିକ ଦୂରତ୍ୱ ରକ୍ଷା କରି ଭୋଟି ଦେଉଛନ୍ତି ଜନତା । ଏହିକ୍ରମରେ ବାଲେଶ୍ୱର ସଦର ଆସନର ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓ କଂଗ୍ରେସ ପ୍ରାର୍ଥିନୀ ମମତା କୁଣ୍ଡୁ  ।

ପିପିଇ କିଟ୍ ପିନ୍ଧି ପୋଲିଂ ଅଧିକାରୀ କରୋନା ସନ୍ଦିଗ୍ଧଙ୍କ ଭୋଟ୍ ଗ୍ରହଣ କରିବେ । ଭିଡ଼ କମାଇବାକୁ ବୁଥ୍ ସଂଖ୍ୟା ବଢାଯାଇଛି । ସାମାଜିକ ଦୂରତାରେ ଠିଆ ହୋଇ , ଡାହାଣ ହାତରେ ଗ୍ଲୋଭ୍‌ସ ପିନ୍ଧି ମତଦାନ କରିବେ ଭୋଟର । ଆଶାକର୍ମୀଙ୍କୁ ସାନିଟାଇଜ୍ ଓ ସ୍କାନିଂ ଦାୟିତ୍ୱ ଦିଆଯାଇଛି ।

ସେହିପରି ହୋମ୍ ଆଇସୋଲେସନ୍‌ରେ ଥିବା କୋଭିଡ୍ ରୋଗୀ ପିପିଇ କିଟ୍ ଥିଲେ ଆସି ଭୋଟ୍ ଦେଇପାରିବେ । ବାଲେଶ୍ୱର ନିର୍ବାଚନମଣ୍ଡଳୀର ୨୬ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୩୧ଟି ୱାର୍ଡରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ମୋଟ୍ ୬ କମ୍ପାନୀ ସିଆରପିଏଫ୍, ୯୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୨୫୧ ଜଣ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଏଥିସହ ୱେବକାଷ୍ଟିଂ ଓ ସିସିଟିଭି ବ୍ୟବସ୍ଥା କରାଯାଇଛି ।

Leave a Reply