ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ମମତା କୁଲକର୍ଣ୍ଣି
ନନ୍ଦିଘୋଷ ବ୍ୟୁରୋ: କିନ୍ନର ଆଖଡାରୁ କୁଲକର୍ଣ୍ଣୀ ଓ ଆଚାର୍ଯ୍ୟ ମହାମଣ୍ଡଳେଶ୍ବର ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ବହିଷ୍କାର କରିଛନ୍ତି ପ୍ରତିଷ୍ଠାତା ଋଷି ଅଜୟ ଦାସ । ତେବେ ଏହି ବଲିଉଡ ଅଭିନେତ୍ରୀଙ୍କ କିନ୍ନର ଆଖଡ଼ାରେ ମହାମଣ୍ଡଳେଶ୍ବର ହୋଇଥିଲେ । ଏହାପରେ ଲାଗି ରହିଥିଲା ଚର୍ଚ୍ଚା । ବହୁ ସାଧୁ ସନ୍ଥଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଏହାକୁ ନିନ୍ଦା କରିଥିଲେ । ଏବେ ତାଙ୍କୁ ବହିଷ୍କାର କରାଯାଇଥିବାବେଳେ ସୋସିଆଲ ମିଡିଆରେ ୟୁଜର୍ସମାନେ ଟ୍ରୋଲ କରୁଛନ୍ତି । ନିକଟରେ ଆପ କି ଅଦାଲତ ଶୋରେ ଯୋଗ ଦେଇଥିଲେ ମମତା । ଯେଉଁଥିରେ ତାଙ୍କୁ ସାଧୁ ବୋଲି ପ୍ରଶ୍ନ କରାଯାଇଥିବାବେଳେ ସେ ମନ୍ତ୍ର ଉଚାରଣ କରିବା ଆରମ୍ଭ କରିଥିଲେ । ଯାହାର ଭିଡିଓକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି ।
ସେ ଆଖି ବନ୍ଦ କରି ମନ୍ତ୍ର ଉଚାରଣ କରିଥିବାବେଳେ ଏହା ଉପରେ ୟୁଜର୍ସମାନେ ବିଭିନ୍ନ ମଜାଳିଆ ମଜାଳିଆ କମେଣ୍ଟମାନ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି କାଇଁ ପ୍ରଶ୍ନ ସହ ଉତ୍ତର ମେଳ ଖାଉନାହିଁ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି କି, ରାଣା ଜୀ କେବେ ବି କ୍ଷମା କରିବେ ନାହିଁ ।