ଦଳୀୟ କର୍ମୀଙ୍କୁ ଫିଟନେସ୍ ଟିପ୍ସ ଦେଲେ ଦିଦି

କୋଲକାତା: ଦିଦିଙ୍କୁ ଦଳୀୟ କର୍ମୀଙ୍କ ପେଟ ଚିନ୍ତା । ସମୀକ୍ଷା ବୈଠକରେ ଦେଲେ ଫିଟନେସ ଟିପ୍ସ । ପ୍ରାଣାୟମ କରି ପେଟ କମାଇବାକୁ ପରାମର୍ଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସୋମବାର ଝାଲଦା ମୁନିସିପାଲିଟି ବୈଠକରେ ପ୍ରଶାସନିକ ଅଧିକାରୀଙ୍କ ସହ ବୈଠକରେ ସାମିଲ ହୋଇଥିଲେ ଦିଦି । ଏହି ବୈଠକ ଗୃହରେ ଉପସ୍ଥିତ ଜଣେ ଟିଏମସି କର୍ମୀ ସୁରେଶ ଅଗ୍ରଓ୍ବାଲଙ୍କ ମୋଟାପଣକୁ ନେଇ ମମତା ପ୍ରଶ୍ନ କରିଥିଲେ । ଏତେବଡ଼ ପେଟ କେମିତି ହେଲା ବୋଲି ପଚାରିବାକୁ ପକୋଡି ଖାଇ ପେଟ ବଢିଥିବା କହିଥିଲେ ସୁରେଶ ।
ତେବେ ଷ୍ଟେଜ ଉପରେ ପ୍ରାଣାୟାମ କରି ଦେଖାଇଲେ ୧୦ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ମମତା ଘୋଷଣା ମଧ୍ୟ କରିଥିଲେ । ଏହା ସହ ପ୍ରତିଦିନ ପ୍ରାଣାୟମ କରିବା ସହ ଦୌଡ଼ିବାକୁ ଦିଦି କହିଥିଲେ । ମିଟିଂରେ ଦଳୀୟ କର୍ମୀଙ୍କୁ ମମତା ଦେଇଥିବା ଫିଟ୍ ଆଣ୍ଡ ଫାଇନ ରହିବା ଟିପ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।