ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅପରାହ୍ମରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ପୁରୀ: ପୁରୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ତିନିଦିନିଆ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଅପରାହ୍ମରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ମମତା । ବିଶେଷ ବ୍ୟବସ୍ଥା ମଧ୍ୟରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ ସହ ଶ୍ରୀମନ୍ଦିରରେ ବାନାବନ୍ଧା ନୀତି ଦେଖିବା କାର୍ଯ୍ୟକ୍ରମ ରହିଛି ।

ଏହାଛଡ଼ା ପୁରୀରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଗେଷ୍ଟ ହାଉସ କରିବା ପାଇଁ ପ୍ରସ୍ତାବିତ ଜମିକୁ ମମତା ଅନୁଧ୍ୟାନ କରିବେ । ଗସ୍ତକୁ ନଜରରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୪ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଆସନ୍ତାକାଲି ମମତା ବାନାର୍ଜୀ ପୁରୀରୁ ଭୁବନେଶ୍ବର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି ।