spot_img

Latest Posts

କଂଗ୍ରେସକୁ ମମତାଙ୍କ ଝଟକା, CAA ବିରୋଧୀ ବୈଠକରେ ଯୋଗ ଦେବେ ନାହିଁ ବୋଲି କଲେ ସ୍ପଷ୍ଟ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସ ସମେତ ସମସ୍ତ ବିରୋଧୀ ଦଳଙ୍କୁ ଝଟ୍‌କା ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ଜାନୁୟାରୀ ୧୩ରେ ଆୟୋଜିତ ହେବାକୁ ଥିବା ବିରୋଧୀ ଦଳ ବୈଠକରେ ସେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ମମତାଙ୍କ ମତରେ କଂଗ୍ରେସ ଓ ବାମଦଳ ପଶ୍ଚିମବଙ୍ଗରେ ଦୂଷିତ ରାଜନୀତି କରୁଛନ୍ତି । ସେଥିପାଇଁ ସେ ଏକା ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି) ବିରୋଧରେ ଲଢିବେ ବୋଲି ସ୍ଥିର କରିଥିବା କହିଛନ୍ତି।

ସୂଚନାଯୋଗ୍ୟ, ମମତା ସିଏଏ ଓ ଏନ୍‌ଆର୍‌ସିକୁ ଆରମ୍ଭରୁ ବିରୋଧ କରୁଥିବା ବେଳେ ଏହାକୁ ନେଇ କିଛି ରାଲି ମଧ୍ୟ ଆୟୋଜନ କରି ସାରିଛନ୍ତି। ଏହାକୁ ନେଇ ସେ ସବୁ ବେଳେ ମୋଦି ସରକାର ବିଶେଷ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରିଛନ୍ତି।

Latest Posts

Don't Miss