ପୁଣି ମଇଦାନକୁ ଓହ୍ଲାଇଲେ ମମତା ବାନାର୍ଜୀ: ହ୍ୱିଲ୍ ଚେୟାରରେ ବସି କରିବେ ପ୍ରଚାର

କୋଲକାତା: ପାଖଉଛି ନିର୍ବାଚନ, ବଢୁଛି ଉଷ୍ମତା । ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ପାଖଉଛି, ରାଜେନୖତିକ ତାତି ସେତିକି ବଢ଼ିବାରେ ଲାଗିଛି । ମେଡିକାଲରୁ ବାହାରିବା ପରେ ପୁଣି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ । ଆଜିଠୁ ମମତା ପୁଣି ନିର୍ବଚନୀ ପ୍ରଚାର ଆରମ୍ଭ କରିବେ। ହାଜରା କ୍ରସିଂଠାରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ସହ ହ୍ୱିଲ୍ ଚେୟାରରେ ପ୍ରଚାର କରିବେ ମମତା ।

ମାୟୋରୋଡ୍ ଠାରୁ ହାଜରା କ୍ରସିଂ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାରିବ। ଟିଏମ୍‌ସି ସାଂସଦ ଅଭିଶେକ୍ ବାନାର୍ଜୀ ଏହାର ନେତୃତ୍ବ ନେବେ । ୧୫ ମାର୍ଚ୍ଚରେ ପୁରୁଲିଆଠାରେ ନିର୍ବାଚନୀ ପ୍ରଚାରରେ ସାମିଲ ହେବେ ମମତା । ସେହିପରି ୧୬ ମାର୍ଚ୍ଚରେ ବାଙ୍କୁରା ଓ ୧୭ ମାର୍ଚ୍ଚରେ ଝାରଗ୍ରାମରେ ମମତା ହ୍ୱିଲ୍ ଚେୟାରରେ ବସି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ।

ଅନ୍ୟପଟେ ଟିଏମ୍‌ସିର ଦଳୀୟ ଇସ୍ତାହାର ପତ୍ର ଉନ୍ମୋଚନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଆଜି ଦଳୀୟ ଘୋଷଣା ପତ୍ର ଉନ୍ମୋଚିତ ହେବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ କୌଣସି କାରଣବଶତଃ ଏହାକୁ ସ୍ଥଗିତ ରଖାଯାଇଛି । ଆସନ୍ତା ୧୭ ତାରିଖରେ ଘୋଷଣାପତ୍ର ଜାରି କରାଯିବ ବୋଲି ଦଳର ବରିଷ୍ଠ ନେତା କହିଛନ୍ତି ।

Leave a Reply