ବିଜେପିକୁ ପୂରା ଦେଶରୁ ସଫା କରି ଦମ ନେବି: ମମତା ବାନାର୍ଜୀ
ନନ୍ଦିଘୋଷ ବ୍ୟୁରୋ: ବିଜେପି ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ । କହିଲେ, ଟଙ୍କାର ଦମରେ ବିଜେପି ପଶ୍ଚିମବଙ୍ଗରେ ମୁସଲମାନଙ୍କୁ ଭାଗ ଭାଗ କରି ରାଜନୀତି କରିବାକୁ ଚାହୁଁଛି । ମୁଁ ଏହାକୁ ରୋକି ପାରିବି, ଯେବେ ବିଜେପି ଦେଶରୁ ସଫା ହୋଇଯିବ । ମୁଁ ବିଜେପିକୁ ଦେଶରୁ ସଫା କରି ଦମ୍ ନେବି । ମୁଁ ପଶ୍ଚିମବଙ୍ଗ ଜିତିଲେ ତାଙ୍କ ପାଖରୁ ଦିଲ୍ଲୀ ଛଡ଼ାଇ ଆଣିବି । ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହା ପୂର୍ବରୁ ସେଠାରେ SIRକୁ ନେଇ ହଙ୍ଗାମା ହେଉଛି । ବିଜେପି ଓ ନିର୍ବାଚନ ଆୟୋଗଙ୍କୁ ମମତା ବାନାର୍ଜୀ ଲଗାତାର ଟାର୍ଗେଟ କରୁଛନ୍ତି । ବିଜେପି ଆମ ଭୋଟ ଦେବାର ଅଧିକାର ଛଡ଼ାଇ ନେବାକୁ ଚାହୁଁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି ।
୨୦୨୬ରେ ବିଜେପିକୁ ଜିତାଇବାକୁ ଏହା ଚାଲିଛି
ମମତା କହିଛନ୍ତି, ୫୮ ଲକ୍ଷ ନାଁ ହଟାଇବା ପରେ ଏବେ ୧.୫ କୋଟି ନାଁ କାଟିବାକୁ ବିଜେପି ଚାହୁଁଛି । ନିବର୍ାଚନ ଆୟୋଗ ପ୍ରତି ଦୁଇ ଦିନରେ ନିର୍ଦ୍ଦେଶ ବଦଳାଉଛନ୍ତି । ଏହା ୨୦୨୬ରେ ବିଜେପିକୁ ଜିତାଇବା ପାଇଁ ହେଉଛି । ଭୋଟର ସମସ୍ୟାରେ ପଡୁଛନ୍ତି । ଆପରେ ଗଡବଡି ରହିଛି । SIR ଓ ଆପ ପାଇଁ କୌଣସି SOP ନାହିଁ । ଏହା ଅସମ୍ବିଧାନିକ ଓ ଅଗଣତାନ୍ତ୍ରିକ । ୨୦୦୨ରେ ବଙ୍ଗଳାରେ କେତେ ଡେଲିଭରି ଇଷ୍ଟିଟ୍ୟୁଶନ ଥିଲା ? ୪୩ ବର୍ଷ ପୂର୍ବେ ଜନ୍ମ ପ୍ରମାଣପତ୍ର କେଉଁଠି ଥିଲା ?ନିର୍ବାଚନ ଆୟୋଗଙ୍କର ତୃଣମୂଳ ସ୍ତରରେ କୌଣସି କଣ୍ଟ୍ରୋଲ ନାହିଁ । ଗୁଜରାଟରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ପଶ୍ଚିମବଙ୍ଗରେ ଭୋଟ ପରିଚାଳନା ପାଇଁ କହିଁକି ଆସିବେ ? କ’ଣ ଏହା ଲୋକତନ୍ତ୍ର ? ଯେଉଁମାନେ ମହାତ୍ମାଙ୍କ ନାଁ ହଟାଇଥାନ୍ତି, ସେମାନେ ଦେଶକୁ କେତେ ଭଲ ପାଆନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ମମତା କହିଛନ୍ତି ।
ବିଏଲଏଙ୍କୁ ମମତାଙ୍କ ନିର୍ଦ୍ଦେଶ
ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି, ପ୍ରକୃତ ଭୋଟରଙ୍କୁ ଏପର୍ଯ୍ୟନ୍ତ ମ୍ୟାପିଂ କରାଯାଇନାହିଁ । ଆଜି ସିପିଏମ ବୁଝି ପାରୁଥିବ ୨୦୦୨ରେ କ’ଣ ଭୁଲ କରିଥିଲା । ସେ ବିଏଲଏ୨କୁ ପ୍ରତି ବ୍ଲକ କ୍ଷ ଅନ୍ୟ ଅଞ୍ଚଳକୁ ଯାଇ କାହାର ନାମ କଟିଛି ଦେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନେ ୬ ଜଣଙ୍କୁ ନେଇ ଟିମ୍ ବନାଇବେ ଓ ଇଆରଓଙ୍କୁ ରିପୋର୍ଟ ଦେବେ । ଯେଉଁମାନଙ୍କ ପାଖରେ ମଗା ଯାଇଥିବା ୧୧ଟି ଡକ୍ୟୁମେଣ୍ଟର କୌଣସି ପ୍ରମାଣ ନାହିଁ । ସେମାନଙ୍କୁ ସ୍ଥାୟୀ ଆବାସିକ ପ୍ରମାଣପତ୍ର ପ୍ରଦାନ କରାଯିବ । ଏଥିପାଇଁ ଆବେଦନ କରିବାକୁ ମମତା କହିଛନ୍ତି ।
ଜଣେ ବଙ୍ଗାଳି ବଦଳରେ ୧୦ ଅଣ ବଙ୍ଗାଳି
ମମତା କହିଛନ୍ତି ବିଏଲଏ ୧ ଓ ୨ ମୋ ସହ ସମ୍ପର୍କ କରନ୍ତୁ । ସମସ୍ତଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଶୁଣାଣି ବେଳେ ଭୋଟର୍ସ ଯେମିତି ସମସ୍ୟାରେ ନପଡ଼ନ୍ତି । ବିଜେପି ପଶ୍ଚିମବଙ୍ଗରେ ଭୋଟର ଲିଷ୍ଟରେ ୧ ଅନୁପାତରେ ୧୦ ଜଣ ବେଙ୍ଗଳି ଲୋକଙ୍କୁ ସାମିଲ କରିଛି । ଜଣେ ବଙ୍ଗାଳିଙ୍କ ମୁକାବିଲାରେ ୧୦ ଜଣ ଅଣ ବଙ୍ଗାଳୀ । ନିଜ ଭୋଟରଙ୍କୁ ଚିହ୍ନ । ସେମାନଙ୍କ ପରିଚୟ ଜାଣ । ଯେଉଁମାନେ ଇସିଆଇ ଜରିଆରେ ଲୋକଙ୍କୁ ଧମକ ଦେଉଛନ୍ତି, ମୁଁ ସେମାନଙ୍କୁ ଭରସା ଦେଉଛି ସେମାନଙ୍କୁ ପଶ୍ଚିମବଙ୍ଗରେ ଚାକିରି ମିଳିବ ।
ବିଜେପିକୁ ପଶ୍ଚିମବଙ୍ଗରେ ପୂରାଇ ଦିଅନି
ବିଜେପିକୁ ପଶ୍ଚିମବଙ୍ଗରେ ପୂରାଇ ନଦେବାକୁ ମମତା ଅପିଲ କରିଛନ୍ତି । ଏହା ନେତା କରିପାରିବେନି । ହେଲେ କାର୍ଯ୍ୟକର୍ତ୍ତା ଓ ସମର୍ଥକ କରିପାରିବେ । ଏହା ଅସ୍ତତ୍ବର ଲଢ଼େଇ । ଯଦି ବଞ୍ଚିବାକୁ ଚାହୁଁଛ, ତେବେ ବିଜେପିକୁ ସବୁଦିନ ପାଇଁ ପଶ୍ଚିମବଙ୍ଗରୁ ହଟାଇବାକୁ ପଡିବ ବୋଲି ମମତା କହିଛନ୍ତି ।

