ରାହୁଲ ଗାନ୍ଧୀଙ୍କୁ ଦିଦିଙ୍କ କଟାକ୍ଷ, ‘ବିଦେଶରେ ରହିଲେ କେମିତି କାମ ହେବ‘

1 min read

ମୁମ୍ବାଇ: ବିଜେପି ବିପକ୍ଷରେ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି ମମତା ବାନାର୍ଜୀ । ୨୦୨୪ରେ ଦିଲ୍ଲୀରୁ ବିଜେପିକୁ ହଟାଇବା ପାଇଁ ଆରମ୍ଭ କରି ଦେଇଛନ୍ତି ମିଶନ । ଏଥିପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦିନ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଛନ୍ତି । ଶରଦ ପାଓ୍ବାରଙ୍କୁ ଭେଟି କିଛି ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରିଥିବା କହିଛନ୍ତି ମମତା । ତେବେ ମହାରାଷ୍ଟ୍ରର ଗସ୍ତରେ ଥିବା ମମତା ବାନାର୍ଜୀ ପୁଣି ଥରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସକୁ ଟାର୍ଗେଟ କରିବା ସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ମମତା । ସେ କହିଛନ୍ତି କି ଯଦି କେହି କିଛି ନ କରି କେବଳ ବିଦେଶରେ ରହିବେ ତେବେ କାମ କିପରି ହେବ । ଦିଦି କହିଥିଲେ କି ଯଦି ଆପଣ ଫିଲ୍ଡରେ ନ ରହି କାମ କରିବେ ତେବେ ବିଜେପିକୁ ହଟାଇବା ବେଶ୍ କଷ୍ଟ । ଯଦି ଆପଣ ଫିଲ୍ଡରେ ରହି କାମ କରିବେ ତେବେ ବିଜେପିକୁ ପରାସ୍ତ କରିହେବ ।

 

ମମତା ବାନାର୍ଜୀଙ୍କୁ ଯେତେବେଳେ ପଚରା ଯାଇଥିଲା କି କାହିଁକି ଆପଣ କଂଗ୍ରେସ ସହ ଲଢ଼େଇ କରୁଛନ୍ତି ? ଏହାର ଜବାବରେ ଦିଦି କହିଥିଲେ କି ଯଦି କଂଗ୍ରେସ ଏବଂ ବାମପନ୍ଥୀ ଦଳ ଆମ ବିପକ୍ଷରେ ପଶ୍ଚିମବଙ୍ଗରେ ଲଢ଼େଇ କରିପାରୁଛନ୍ତି ତେବେ ଆମେ ବି କଂଗ୍ରେସ ବିପକ୍ଷରେ ଯାଇପାରିବୁ । ବିଜେପିକୁ ପରାସ୍ତ କରିବା ପାଇଁ ଆମକୁ ଏହି ଲଢ଼େଇ ଜାରି ରଖିବାକୁ ହେବ । ସେ ଆହୁରି କହିଥିଲେ କି ଆମେ ମହାରାଷ୍ଟ୍ରକୁ ଆସିବୁ ନାହିଁ । ଯେଉଁଠାରେ ଆଞ୍ଚଳିକ ଦଳ ଭଲ କାମ କରୁଛନ୍ତି ଆମେ ସେଠାକୁ ଯିବୁ ନାହିଁ । ବରଂ ଆମେ ଆଞ୍ଚଳିକ ଦଳର କାର୍ଯ୍ୟକୁ ଅଧିକ ପ୍ରେତ୍ସାହନ ଦେବୁ । ଆମେ ପଶ୍ଚିମବଙ୍ଗରେ ଠିକରେ ଅଛୁ କିନ୍ତୁ ଆମେ ପଶ୍ଚିମବଙ୍ଗରୁ ବାହାରକୁ ବାହାରିବାକୁ ଚାହୁଁଛୁ । କାହିଁକି ନା ଆମେ ଆସିବା ପରେ କେନ୍ଦ୍ରରେ ପ୍ରତିଯୋଗିତା ବଢ଼ିବ ।


କଂଗ୍ରେସକୁ ଟାର୍ଗେଟ କରି ସେ କହିଛନ୍ତି କି ଏକ ଏକ୍ସପର୍ଟ କମିଟି ଗଠନ କରିବା ପାଇଁ ଆମେ କଂଗ୍ରେସକୁ କହିଥିଲୁ । ଯେଉଁ କମିଟି ଆମକୁ ମାର୍ଗଦର୍ଶନ ଦେଇଥାନ୍ତା । କିନ୍ତୁ କଂଗ୍ରେସ ଆମ କଥାକୁ ଧ୍ୟାନ ଦେଲା ନାହିଁ । ଆମେ ଚାହୁଁଛୁ କି ସମଗ୍ର ଭାରତରେ ଏକ ସିଭିଲ ସୋସାଇଟି ଗଠନ କରାଯାଉ । ସେ ଆହୁରି କହିଥିଲେ କି ଯଦି ସମସ୍ତ ଆଞ୍ଚଳିକ ଦଳ ଏକାଠି ହୁଏନ୍ତି ତେବେ କେନ୍ଦ୍ରରେ ବିଜେପିକୁ ନିଶ୍ଚିତ ଭାବରେ ହଟା ଯାଇପାରିବ । କଂଗ୍ରେସ ସହ ବିଜେପିକୁ ମଧ୍ୟ ଟାର୍ଗେଟ କରିଥିଲେ ଦିଦି । ଏହି ପାର୍ଟି ଯିବା ପୂର୍ବରୁ ସବୁ କିଛି ବିକିଦେବ ବୋଲି ମମତା ବାନାର୍ଜୀ କହିଛନ୍ତି ।

Leave a Reply