spot_img

Latest Posts

କଟକଣା ଭିତରେ ଭୁବନେଶ୍ୱରରେ ଖୋଲିଲା ମଲ୍

ଭୁବନେଶ୍ୱର: ଲକଡାଉନ୍ ହଟିବା ପରେ ଭୁବନେଶ୍ୱରରେ ପୁଣି ଖୋଲିଛି ମଲ୍ । ବିଏମସିର ଏସଓପି ଅନୁସାରେ ମଲ୍ ଗୁଡିକ ପୁଣିଥରେ ଖୋଲିଛନ୍ତି । ମଲକୁ ଆସୁଥିବା ଗ୍ରାହକ ଓ କର୍ମଚାରୀଙ୍କୁ କରୋନାରୁ ବଂଚାଇବା ପାଇଁ ବିଶେଷ ଓ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ୪ ମାସ ଧରି ମଲ୍ ବନ୍ଦ ରହିବା ପରେ ମଲ ସବୁ ପ୍ରଥମଥର ପାଇଁ ଖୋଲା ହୋଇଛି । ଏବେ ଗାଇଡଲାଇନ୍ ଅନୁସାରେ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଭୁବନେଶ୍ୱର ସେଣ୍ଟ୍ରଲ ମଲ ଏଥିପାଇଁ ନିଆରା ପଦକ୍ଷେପ ନେଇଛି । ଗ୍ରାହକଙ୍କୁ ସ୍ୱାଗାତ କରିବା ପାଇଁ  ମଲର ସମସ୍ତ କର୍ମଚାରୀ ମଲ ବାହାରେ ସାମାଜିକ ଦୂରତା ରଖି ଛିଡା ହୋଇଥିଲା। ଦୀର୍ଘ ୪ ମାସ ପର୍ ମଲ ଖୋଲୁଥିବାରୁ ପ୍ରଥମ କଷ୍ଟମରଙ୍କ ହାତରେ ଫିତା କାଟି ପ୍ରବେଶ କରିବା ସହ  କେକ୍ କାଟି ଥିଲେ ମଲ କର୍ମଚାରୀ। ବିଏମସିର ଏସଓପି ଅନୁସାରେ ଗ୍ରାହକ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କାନିଂ, ହାତ ସାନିଟାଇଜ କରିବା ସହ ମାସ୍କ ପିନ୍ଧିବା ଉପରେ ଗୁରୁତ୍ବ ଦେଇଥିଲେ। ଦୀର୍ଘ ଦିନ ପରେ ମଲ ଖୋଲୁଥିବାରୁ ଗ୍ରାହକ ମାନେ ସପିଂ କରି ଖୁସି ଜାହିର କରିଥିଲେ। ସେପେଟ ବ୍ୟବସାୟକୁ ନଜରରେ ରଖି ମଲ ଖୋଲିବାକୁ ଅନୁମତି ମିଳିଥିବାରୁ ବିଏମସି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମଲ କତ୍ତୁପକ୍ଷ।

mall

 

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସରେ କରୋନା ପାଇଁ ଦେଶବ୍ୟାପି ଲକଡାଉନ୍ ଜାରି ହେବା ପରେ ମଲ୍ ସବୁ ବନ୍ଦ ହୋଇଯାଇଥିଲା ।ଏହା ଦ୍ୱାରା ମଲ୍ ବ୍ୟବସାୟ ପ୍ରଭାବିତ ହୋଇଥିଲା । ଏବେ ମଲ୍ ଖୋଲିବା ଦ୍ୱାରା ସହରକୁ ସାମାନ୍ୟ ସ୍ଥିତି ଫେରିବ ବୋଲି ଆଶା କରାଯାଉଛି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

Latest Posts

Don't Miss