spot_img

Latest Posts

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ : ଦେଶର ପ୍ରମୁଖ ପ୍ରସଙ୍ଗରୁ ପଳାୟନ କରୁଛନ୍ତି କେନ୍ଦ୍ର ସରକାର। ସେହି ସବୁ ବିଷୟରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି । ସେ ମଣିପୁର ପ୍ରସଙ୍ଗ ହେଉ କି ଆମେରିକାର ଟାରିଫ ପ୍ରସଙ୍ଗ, ଏଥିପାଇଁ ସରକାରଙ୍କ  ଧ୍ୟାନ ନାହିଁ। ଏଭଳି ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ। ଅହମଦାବାଦରେ ଚାଲିଥିବା କଂଗ୍ରେସ କାର୍ଯ୍ୟକାରିଣୀରେ ଖଡ଼ଗେ କହିଛନ୍ତି, କେବଳ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ଫାଇଦା ଦେବାକୁ ଚେଷ୍ଟା କରୁଛନ୍ତି କେନ୍ଦ୍ର। ସେଥିପାଇଁ ୱାକଫ୍ ବିଲ ପରି ପ୍ରସଙ୍ଗ ଉଠାଇଥିଲେ ଓ ଦେଶର ଜନତାଙ୍କୁ ଭ୍ରମିତ କରିବାକୁ ଚାହୁଁଛନ୍ତି। ଦିନେ ଦେଶକୁ ଏମାନେ ବିକି ଦେବେ ବୋଲି ସଂଗୀନ ଅଭିଯୋଗ ଆଣିଛନ୍ତି ଖଡ଼ଗେ।

Latest Posts

Don't Miss