ସାରା ରାଜ୍ୟରେ କରୋନା ବିରୋଧୀ ଲଢ଼େଇ ଜାରି: କରୋନା ଓ ମ୍ୟାଲେରିଆ ସହ ଲଢ଼ୁଛି ମାଲକାନଗିରି

ମାଲକାନଗିରି: ସାରା ରାଜ୍ୟରେ ଏବେ କରୋନା ସହ ଲଢେଇ ଜାରି ରହିଛି । ହେଲେ ମାଲକାନଗିରିରେ କରୋନା ସହିତ ମ୍ୟାଲେରିଆ ବିରୋଧରେ ମଧ୍ୟ ଲଢେଇ ଜାରି ରହିଛି । ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ତତ୍ପର ହୋଇଛି ପ୍ରଶାସନ । ଏନେଇ ସ୍ୱତନ୍ତ୍ର ଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ଏନଏମ ଓ ଆଶା ଦିଦି ଘର ଘର ବୁଲି ଲୋକ ସେଚତନ କରାଉଛନ୍ତି । ମ୍ୟାଲେରିଆ ମୁକ୍ତ ହେବ ମାଲକାନଗିରି । ଜିଲ୍ଲାରୁ ସମ୍ପୂର୍ଣ୍ଣ ଲୋପ ପାଇବେ ମ୍ୟାଲେରିଆ ମଶା ।

ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ । ସଚେତନ କରୁଛନ୍ତି ଏଏନଏମ ଓ ଆଶା ଦିଦି । ରାଜ୍ୟରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲା । ଜିଲ୍ଲା ମୋଟ ଜନସଂଖ୍ୟାର ୬୧ ପ୍ରତିଶତ ଅନୁସୂଚିତ ଜନଜାତି ହୋଇଥିବାରୁ ଚିକିତ୍ସା ପାଇଁ ଅନ୍ଧବିଶ୍ୱାସର ବସବତୀ ହୋଇ ଗୁଣିଗାରେଡି ଓ କ୍ୱାକ୍ ଉପରେ ଭରସା କରିଥାନ୍ତି । ଆଉ ମ୍ୟାଲେରିଆ ଭଳି ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି । ହେଲେ ଏବେ ମାଲକାନଗିରିକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି ।

ସାରୁଆ ଜମି କେଳେଙ୍କେରୀ : ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ, କୋର୍ଟରେ ହେଲେ ହାଜର

ଏନେଇ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଥିବା ବେଳେ ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ଏଏନଏମ ଓ ଆଶା ଦିଦି ଲୋକଙ୍କୁ ମ୍ୟାଲେରିଆରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ।  ସରକାରଙ୍କ ସ୍ବତନ୍ତ୍ର ଖସଡା କାର୍ଯ୍ୟକ୍ରମ ଅନୁଯାୟୀ, ୭ଟି ବ୍ଲକରେ ୧୪ ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଆଉ ଏହି ସ୍ୱାସ୍ଥ୍ୟକର୍ମୀମାନେ ସଚେତନ କରିବା ସହ ଅତ୍ୟାଧୁନିକ ରାପିଡ୍ ଟେଷ୍ଟ କିଟରେ ଲୋକଙ୍କର ପରୀକ୍ଷା ମଧ୍ୟ କରୁଛନ୍ତି । ଫଳରେ ମାର୍ଚ୍ଚ ମାସରେ ୩୪ ପ୍ରତିଶତ ଲୋକ ମଶାରୀ ବ୍ୟବହାର କରୁଥିବା ବେଳେ ସଚେତନତା ପରେ ଏହା ୮୪ ପ୍ରତିଶତକୁ ବୃଦ୍ଧି ପାଇଛି । ଫଳ ସୂରୁପ ଜୁନ ମାସରୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେବେ ଡିସେମ୍ବର ମାସ ସୁଦ୍ଧା ଜିଲ୍ଲା ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ ହେବା ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି ।

Leave a Reply