ମହଙ୍ଗା ପଡ଼ିଲା ସାମ୍ବାଦିକଙ୍କୁ ଗିରଫଦାରୀ, ମାଲକାନଗିରି ଏସପି ଓ ଏସଡିପିଓଙ୍କୁ ବଦଳି

Malkangiri SP And SDPO Transferred

ଭୁବନେଶ୍ୱର: ମାଲକାନଗିରିରେ ସାମ୍ବାଦିକଙ୍କ ବିରୋଧରେ ବିନା କାରଣରେ କାର୍ଯ୍ୟାନୁଷ୍ଠାନ ମହଙ୍ଗା ପଡ଼ିଛି । ମାଲକାନଗିରି ଏସପି ପିଏସ ମୀନାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି  । ସେହିପରି ମାଲକାନଗିରି ଏସଡିପିଓ ଅବିଳାଶ ଜିଙ୍କୁ ନାର୍କୋଟିକ୍ସ ଏସପି ଦାୟିତ୍ୱ ଦିଆଯାଇଛି  । ଖବର ସଂଗ୍ରହ ବେଳେ ଦୁର୍ବବ୍ୟବହାର ଅଭିଯୋଗରେ ମାଲକାନଗିରି ପୋଲିସ ୫ଜଣ ସାମ୍ବାଦିକଙ୍କୁ ଗିରଫ କରିଥିଲା । ଏହାକୁ ବିରୋଧ କରି ସାରା ରାଜ୍ୟରେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Malkangiri SP And SDPO Transferred

ଏଥିସହ ପଢ଼ନ୍ତୁ: ବଦଳିଲେ ମାଲକାନଗିରି ଏସପି ପିଏସ୍ ମୀନା

ଏହା ପରେ ସାମ୍ବାଦିକ ମାନେ ଏହି ଦୁଇ ଅଫିସରଙ୍କୁ ତୁରନ୍ତ ବଦଳି ପାଇଁ ଡିଜିପି ଓ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ନିକଟରେ ମଧ୍ୟ ଦାବି ଜଣାଇଥିଲେ ସାମ୍ବାଦିକ । ତେବେ ମାଲକାନଗିରି ଏସପି ଓ ଏସଡିପିଓଙ୍କ ଅଚାନକ ବଦଳି ଏହାର ପ୍ରତିଫଳନ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସ୍ଥାନରେ ତାଳଚେରର ଏସଡିପିଓ ନୀତେଶ ୱାଧୱାନୀଙ୍କୁ ମାଲକାନଗିରି ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସ୍ବାଗତ କରିବା ସହ ସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟର ସାମ୍ବାଦିକ ।

Leave a Reply