ମାଟିତଳୁ ମିଳିଲା ଗୋଟିଏ ବନ୍ଧୁକ ସହ ୩୪ ପ୍ରକାରର ମାଓ ସାମଗ୍ରୀ
1 min read
ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ମାଟିତଳୁ ଉଦ୍ଧାର କଲା ବିପୁଳ ପରିମାଣର ମାଓ ସାମଗ୍ରୀ। ଆନ୍ଧ୍ର ଓ ଓଡ଼ିଶା ସୀମା କାଳିମେଳା ଥାନା ଅନ୍ତର୍ଗତ କୂର୍ମାନୁର ଜଙ୍ଗଲରୁ ଉଦ୍ଧାର ହେଲା ମାଓ ସାମଗ୍ରୀ। ଗୋଟିଏ ବନ୍ଧୁକ ସହ ୩୪ ପ୍ରକାରର ମାଓ ସାମଗ୍ରୀ ମିଳିଛି ମାଟିତଳୁ। SOG ଓ DVF ମାଓ ଦମନ ଅପରେସନ ଯାଇଥିବା ସମୟରେ ପାଇଛି ସଫଳତା। ପୋଲିସକୁ ଟାର୍ଗେଟ କରି ମତିତଳେ ପୋତି ଥିଲେ ମାଓବାଦୀ। ଘଟଣା ପରେ ସେହି ଅଞ୍ଚଳରେ ଅପରେସନ କୁ ବଢାଇ ଦିଆଯାଇଛି।